STORYMIRROR

Bijay Prusty

Inspirational Others

4  

Bijay Prusty

Inspirational Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
94


ଓଡିଆ ଜାତିର ହୃତ ଗଉରବ

ବାଣିଜ୍ୟର ଇତିହାସ

ମନେପଡେ ଆଜି ପୂର୍ଣ୍ଣିମା ତଥିରେ

କାର୍ତ୍ତିକ ହୋଇଲେ ଶେଷ ।

ଓଡିଆ ବଣିକ ବୋଇତ ଭସାଇ

ଦୂର ବିଦେଶକୁ ଯାଇ

ବ୍ୟବସାୟ କରି ଧନରତ୍ନ କେତେ

ଆସୁଥିଲେ ସାଥେ ନେଇ ।

କାର୍ତ୍ତିକ ପୁନେଇ ପାହାନ୍ତି ପ୍ରହର

କୋଳାହଳେ ଭରୁଥିଲା

ଓଡିଆ ଲଳନା ଧୂପ ଦୀପ ଦେଇ

ବୋଇତ ବନ୍ଦାଉ ଥିଲା ।

ଓଡିଆ ସାଧବ ଯାତ୍ରା ଅନୂକୂଳ

କରୁଥିଲେ ଜଳପଥେ

ବିଦେଶ ମାଟିରେ ଓଡିଆ ସଂସ୍କୃତି

ବ୍ୟାପୁଥିଲା କେତେମତେ ।

ଅତୀତ ହୋଇଛି ସେଇ ସବୁଦିନ

କର୍ପୂର ଯାଇଛି ଉଡି

ଡଙ୍ଗାଭସା ବେଳେ ଆମସେ ଐତିହ୍ୟ

ଯାଉଥାଏ ମନେପଡି ।

          


Rate this content
Log in

Similar oriya poem from Inspirational