STORYMIRROR

Manaswinee Dash

Classics Inspirational

3  

Manaswinee Dash

Classics Inspirational

ଆମ ଅଧୀକାର

ଆମ ଅଧୀକାର

1 min
166

ଅଧିକାର, ଶବ୍ଦଟି କ୍ଷୁଦ୍ର ହେଲେ ,

ଅନ୍ତର୍ନିହିତ ଵ୍ୟାଖ୍ୟା ଗଭୀର। 

କୌଣସି ଅଧୀକାର ମିଳେନି ସହଜରେ, 

ସେ ଘରେ ହଉ କି କର୍ମ କ୍ଷେତ୍ରରେ କି ସମାଜରେ। 

କୋଉଠି ଅଧିକାର ମିଳିବା ସହଜ ,

ତ କଷ୍ଟସାଧ୍ୟ ତାକୁ ବନ୍ଚେଇ ରଖିବା, 

କଉଠି ପ୍ରମାଣ କରିବାକୁ ପଡେ ନିଜ ଯୋଗ୍ୟତା, 

ତ କଉଠି କରିବାକୁ ପଡେ ଲଢେଇ। 

ଆଜିକାଲି ଲୋକ ଅନ୍ୟ ର ଅଧିକାର ନବାକୁ ଛଡେଇ, 

ବସିଛନ୍ତି ଚିଲ ଜଗି ଥାଏ ଆହାର ପାଇଁ, 

ସବୁଠି ଅଧୀକାର ପାଇଁ କରିବାକୁ ପଡୁଛି ଲଢେଇ, 

କଉଠି ଏକାକୀ ତ ପୁଣି କୋଉଠି ସଂଘବଦ୍ଧ ହୋଇ। 

ଜୀବନର ପ୍ରତି ସୋପାନ ର ଅଧୀକାର ଭିନ୍ନ, 

ବଦଳି ଚାଲେ ତାର ମାନ୍ୟତା ଓ ମହତ୍ବ, 

କେତେ ଅଧୀକାର କୁ କରିବାକୁ ପଡେ ହସ୍ତାନ୍ତର, 

ଏହାହିଁ ମନୁଷ୍ଯ ଜୀବନର ସତ୍ଯ। 


Rate this content
Log in

Similar oriya poem from Classics