ଆଲୋକର ପର୍ବ ଦୀପାବଳୀ
ଆଲୋକର ପର୍ବ ଦୀପାବଳୀ
ଆଲୁଅ ପ୍ରକାଶ ପର୍ବ ଏ ଦୀପ ଉତ୍ସବ,
ଯୁଗ ତ୍ରେତୟାରୁ ଚାଲି ଆସୁଅଛି ଗର୍ବ,
ଦେଶବାସୀ ଉତ୍ସାହିତ,
ସନାତନର ସଂସ୍କୃତି ସଂସ୍କାର ଜଡ଼ିତ !
ବିଜୟର ପର୍ବ ପରା ଏହୁ ଦୀପାବଳି,
ରାମଙ୍କ ଭକ୍ତିରେ ପ୍ରଜା ଦେବେ ଦୀପ ଜାଳି,
ସେହୁ ବ୍ରହ୍ମାଣ୍ଡ ଠାକୁର
ରାବଣ ମାରି ଫେରିଲେ ଅଯୋଧ୍ୟା ନଗର !
ଜାଳିଥିଲେ ପ୍ରଜା ଦୀପ ତାଙ୍କ ଘର ଘର,
ସ୍ବାଗତରେ ରାମଙ୍କର ଅଯୋଧ୍ୟା ନଗର,
ଅଲୌକିକ ସେ ଆଲୋକ
ଦିବ୍ୟ ପ୍ରେମ ପ୍ରୀତି ଭରା ଭକ୍ତିର ପ୍ରତ୍ୟକ୍ଷ
ସତ୍ୟର ବିଜୟ ହେଲା ଅଧର୍ମ ବିନାଶ
ପାପୀଙ୍କୁ କରିଲେ ପ୍ରଭୁ ରାମ ସର୍ବନାଶ
ଅନାଦି ଅନନ୍ତ ରାମ
ଅବିରତ ଗୁଞ୍ଜୁ ମନ ପ୍ରାଣେ ରାମ ନାମ !
ଲକ୍ଷ୍ମୀ ଗଣେଶଙ୍କ ପୂଜା ପରା ଆଜି ଦିନ
ବାଣ ବିସ୍ଫୋରଣ ହୁଏ ରାଷ୍ଟ୍ରେ ଘନଘନ
ଅମାବାସ୍ୟା ରାତ୍ର ପୁଣ
ଅନ୍ଧାରୁ ଆଲୁଅ ଅଟେ ଯିବାର କାରଣ !
ଘରେଘରେ ପିଠାପଣା ମିଷ୍ଟାନ୍ନ ଭୋଜନ,
ଖୁସି ଓ ଆନନ୍ଦ ପର୍ବ ନାନାଦି ବ୍ୟଞ୍ଜନ
ଦିଏ କର୍ତ୍ତବ୍ୟର ଜ୍ଞାନ
ରାଷ୍ଟ୍ର ହିତେ କାର୍ଯ୍ୟ ପାଇଁ ସତ୍ୟତା ଗମନ !
ଶୁଭ ଦୀପାବଳୀ ଏହୁ ଶୁଭ ଯେ କରିବ
ଅମୃତ ଏ କାଳ ରାଷ୍ଟ୍ର ଗୌରବ ପାଇବ
ଆତ୍ମନିର୍ଭରଶୀଳ ହେବ
ଭାରତବର୍ଷର ଗାଥା ବିଶ୍ବରେ ଗୁଞ୍ଜିବ !