ଆଲୋ ସଙ୍ଗାତ ନରେନ୍ଦ୍ର ଯିବା
ଆଲୋ ସଙ୍ଗାତ ନରେନ୍ଦ୍ର ଯିବା
ଆ ଆଲୋ ସଙ୍ଗାତ ନରେନ୍ଦ୍ର ଯିବା
ପୁନେଇଁରେ ଆମେ ଡ଼ଙ୍ଗା ଛାଡ଼ିବା
କୋଟି ତୀର୍ଥ ମିଶି ହୋଇଛି ନରେନ୍ଦ୍ର
ଦେଖାଶୁଣା ଯାକୁ କରୁଛନ୍ତି ଇନ୍ଦ୍ର
ନିତି ସ୍ନାନ ଲକ୍ଷେ ଦେବା ।
ଧରମ ମାସର ପୁନେଇଁ ଏହିଲୋ
ଗଙ୍ଗାଜଳ ସ୍ନାନେ ଭସାଇ ଦେବାଲୋ
ବରଷକ ପାପ ଦେହରୁ ଛାଡ଼ିବା
ହବିଷ ବ୍ରତରେ ଡୋରି ତ ବାନ୍ଧିବା
କରି ପ୍ରଭୁ ପାଦ ସେବା ।
ମତ୍ସ୍ୟ ଅବତାରେ ତ୍ରିଲୋକ୍ୟ ସାଇଁ
ଶିବେ ତ୍ରିପୁରା ଅସୁର ମରଇ
ରାଧା କୃଷ୍ଣ ରାସ କେଳି ମନଲୋଭା
ପ୍ରତି ରାସକୁଞ୍ଜେ ମନୋରମ ଶୋଭା
କରି ବନ୍ଦାପନା ସେବା ।