STORYMIRROR

ତାରାପ୍ରସାଦ ଜେନା

Abstract

3  

ତାରାପ୍ରସାଦ ଜେନା

Abstract

ଆଲୋ ବାରମାସୀ

ଆଲୋ ବାରମାସୀ

1 min
254

ଆଲୋ ବାରମାସୀ

ବଜାର ଭାଉକୁ ଜାଣିକି ଅଜାଣି 

ନିଇତି କହୁଚୁ ଖାଇବୁ ଖାସି


ଆଲୋ ବାରମାସୀ

ହୋଟେଲ ଖାନାକୁ ମନଟା ଉସତ

ଆଗରୁ ଚଳିଚୁ ତୋରାଣି ବାସି


ଆଲୋ ବାରମାସୀ

ଶାଗକୁ ଖୁଣ୍ଟିକି ନଖ ତୋ ମୁଣ୍ଡାଲୋ

ଶାଗକୁ ଛାଟୁଛୁ କୋଣକୁ ଠେସି


ଆଲୋ ବାରମାସୀ

କପଡ଼ା ଭଲୁଟେ ଦିହରେ ନ ଥିଲା

ଏବେକୁ ଖୋଜୁଚୁ ପାଟକୁ ବେଶି


ଆଲୋ ବାରମାସୀ

ଲିପଷ୍ଟିକ୍ ନାଲି ଓଠକୁ ରଙ୍ଗଉ

ବିଡ଼ିଆ ପାନରୁ ଯାଇଚୁ ଖସି


ଆଲୋ ବାରମାସୀ

କଥାରେ ବାଟୁଳି ଏମିତି ମାରୁଚୁ

ପାଣିରେ ସରକୁ ପକାଉ ହସି


ଆଲୋ ବାରମାସୀ

ବାହାନା କାନ୍ଦିବା ତୋ'ଠାରୁ ଶିଖିବ

କାହାକୁ କେମିତି ପଟାଉ ଖୁସି


ଆଲୋ ବାରମାସୀ

ଆଗରୁ ଥିଲୁଟି ଚାଳିଆ ଘରେଲୋ

ଏବେ ତୁ ଛାତକୁ ଲୋଡୁଚୁ ଆସି


ଆଲୋ ବାରମାସୀ

ସେନେହ ଶରଧା ଛାଡ଼ିକି ଆଇଚୁ

ଘରର ଲୋକଙ୍କୁ କରୁଚୁ ଦୋଷୀ


ଆଲୋ ବାରମାସୀ

ଜଲଦି ବାଟକୁ ସଳଖ ହୋଇଯା

ନଇଲେ ଖାଇବୁ ବଢ଼ିଆ ଘୁଷି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract