STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଆଳ୍ ପନା

ଆଳ୍ ପନା

1 min
237


ଓଃ ସମୟ! କେତେ ବେଗରେ

କି ବାଗରେ ଦଉଡୁଛୁ ତୁ

ତୋ ସହ ପ୍ରତିଯୋଗିତା

ବୟସ ଆୟୁଷ

ଦୌଡା ପ୍ରତିଯୋଗିତା ଅନବରତ କରୁଛି ମୁଁ !


ହେଇ ତ ଲାଗୁଛି ସେତେବା

ମୋ ମନ ଗାଧୋଉ ଥିଲା

ତୁମ ମେଳ ଗହଣରେ

ସୁଖ ସୋରିଷ ମୋହ

ଆନନ୍ଦ ଚନ୍ଦନ ଯାତ୍ରାରେ ଭିଡ଼ ମଧ୍ୟେ ଏକାକୀ।


ମୋ ପାଦ କାହିଁ !

ମାଟି ନା ଆକାଶ ବୁକେ

ଆବେଗ ନିଶା ମୋତେ ଜଗଡ଼ି

ଆକ୍ତାମାକ୍ତା ହୃଦ

ଉଡୁଥିଲା ସୂର୍ଯ୍ୟଙ୍କ ପାଖେ ଡେଣା ପଡିଗଲେ ବି।


ମୁଁ ହଜାଇଥିଲି ମୋର ସତ୍ତା

ତୁମକୁ ପାଇଁ ଏତେ ପାଖରେ;

ନିଜକୁ ପ୍ରତିକ୍ଷଣେ ପରଖୁଥିଲି

ଓଙ୍ଗ ସ୍ବହା କରୁଥିଲି

କର୍ତ୍ତା ହୋଇ ଜୀବନ ଯଜ୍ଞରେ ସମସ୍ତ ମଣିଷ ପଣିଆଁ।


ଆଃ ରେ ସମୟ!ନିଷ୍ଠୁର ତୁ

ସାରିଦେଲୁ ସୁଖ ମୁହୁର୍ତ୍ତ

କିଛି କହି ପାରି ଲିନି

ଅଧା ଗଢ଼ା ମୁର୍ତ୍ତୀ

ଜୀବନ୍ୟାସ ପାଇବାକୁ ମାଗେ ଟିପେ କଳା।


ସେମାନେ ଫେରିଲେ

କଣ ନେଇ ମୁଁ ଜାଣି ବି ଅଜଣା

ମୁଁ କିନ୍ତୁ ବିରତ ନୁହେଁ

ପାହାଡ଼ ଚଢାରୁ ,ଜମା ବୃଦ୍ଧିରୁ

ଅଭ୍ୟସ୍ତ ମନ ମସ୍ତିଷ୍କ ଆଙ୍କେ ଅହରହ ଧ୍ୱଂସ ଆଳ୍ ପନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational