ଆକର୍ଷଣ
ଆକର୍ଷଣ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଆଖି ସାଥେ ଆଖି ଆକର୍ଷିତ ହୋଇ,
ମନ ଆକର୍ଷିତ ହୁଏ,
ମନ ସାଥେ ମନ ଆକର୍ଷିତ ହେଲେ,
ପ୍ରେମ ସୃଷ୍ଟି ହୋଇଥାଏ ।
ଚୁମ୍ବକ ଲୁହାକୁ,ଆକର୍ଷଣ କଲେ,
ଯାଇଥାଏ ଟାଣି ହୋଇ,
ଖାଦ୍ୟରେ ଶୀକାର ଆକର୍ଷିତ ହୋଇ,
ପଡଇ ଫାଶରେ ଯାଇ ।
ଚନ୍ଦ୍ରକୁ ପୃଥିବୀ, ଆକର୍ଷଣ କରେ,
ଗ୍ରହଙ୍କୁ କରଇ ସୂର୍ଯ୍ୟ,
ଲୋଭରେ ମଣିଷ, ଆକର୍ଷିତ ହୋଇ,
କରଇ ଅନୀତି କାର୍ଯ୍ୟ ।
ସୁନ୍ଦର ଜିନିଷ, ନଜର ପଡିଲେ,
ଆକର୍ଷଣ କରେ ଆଖି,
ମୟୁର ହୁଅଇ, ଆକର୍ଷିତ ଯେବେ,
ମେଘ ଖଣ୍ଡ ଥାଏ ଦେଖି ।
>
ଫୁଲ ଭ୍ରମରକୁ ଆକର୍ଷିତ କରି,
ପ୍ରଦାନ କରଇ ମଧୁ,
ଉତ୍ତମ ସ୍ଵଭାବେ, ଆକର୍ଷଣ କରେ,
ସମସ୍ତଙ୍କୁ ନବ ବଧୂ ।
ଚନ୍ଦ୍ର ସାଗରକୁ, ଆକର୍ଷଣ କଲେ,
ଯାଇଥାଏ ତାହା ଫୁଲି,
ଭକତକୁ ପ୍ରଭୁ, ଆକର୍ଷଣ କଲେ,
ଯାଏ ସେ ସଂସାର ଭୁଲି ।
ଯାହା ପ୍ରତି ଯା'ର, ସରାଗ ଥାଏ ସେ,
କରେ ତାକୁ ଆକର୍ଷଣ,
ମନ ଭାଙ୍ଗିଗଲେ, ଆକର୍ଷଣ କମେ,
ବନ୍ଧୁ ସାଥେ ହୁଏ ରଣ ।
ଭାଗ୍ୟକୁ କରଇ, କର୍ମ ଆକର୍ଷଣ,
କର୍ମରେ ବଦଳେ ଭାଗ୍ୟ,
ଖାଦ୍ୟ କରିଥାଏ, ରୋଗ ଆକର୍ଷଣ,
ଖାଦ୍ୟ ସୃଷ୍ଟି କରେ ରୋଗ ।