STORYMIRROR

Hrusikesh Mishra

Tragedy

3  

Hrusikesh Mishra

Tragedy

ଆଖିରୁ ଦିଧାର ଲୁହ ଗଡିଯାଏ

ଆଖିରୁ ଦିଧାର ଲୁହ ଗଡିଯାଏ

1 min
13.5K




ଆଖିରୁ ଦି ଧାର ଲୁହ ଗଡିଯାଏ

ତୋ କଳା ବଦନ ଦେଖି,

ରତ୍ନ ସିଂହାସନେ ଚତୁର୍ଦ୍ଧା ମୁରତି

ଦେଖି ଲାଖିଯାଏ ଆଖି।


ଆଖିରୁ ଦି ଧାର ଲୁହ ଗଡିଯାଏ

ତୋ କଥା ଭାବିଲେ ମୁହିଁ,

ତୋ ଶିରୀମନ୍ଦିରେ ଘୁରି ବୁଲୁଥିବି

ଘୁମୁରା ପାରାଟେ ହୋଇ।


ଆଖିରୁ ଦି ଧାର ଲୁହ ଗଡିଯାଏ

ଆଷାଢ଼ ଆସିଲେ କାହିଁ,

ସତେ କି ଜଗାରେ ବଂଚି ରହିଥିବି

ରଥରେ ଦେଖିବା ପାଇଁ।


ଆଖିରୁ ଦି ଧାର ଲୁହ ଗଡିଯାଏ

ପହଣ୍ଡି ବେଳରେ ତୋର,

ଟେକନ୍ତି ଛେଚନ୍ତି ଛେଚି ଆଣୁଥାନ୍ତି

ଛାତି ଫାଟିଯାଏ ମୋର।


ଆଖିରୁ ଦି ଧାର ଲୁହ ଗଡିଯାଏ

ଶରଧା ବାଲିରେ ଗଡି,

ସତରେ କାଳିଆ ମୁକତି ଲଭିବି

ଧରି ତୋ ରଥ ଦଉଡି।


ଆଖିରୁ ଦି ଧାର ଲୁହ ଗଡିଯାଏ

ମାଗିଲେ ତୋର ଆଶିଷ,

ସତେକି ମୋ ଠାରେ ଦୟା ହେବ ତୋର

ଅଧମ ଏ ହୃଷିକେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy