Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଆଖିରୁ ଆଖିରୁ ନାମ

ଆଖିରୁ ଆଖିରୁ ନାମ

1 min
145


ଶୂନ୍ୟର ବ୍ରହ୍ମାଣ୍ଡ ପରାଏ ଆଖି ତ

    ଚକାଆଖି ଚକାନୟନ

ପଦୁଅଁ ସଦୃଶ ଢଳ ଢଳ ନେତ୍ର

    ପଦ୍ମନେତ୍ର ପଦ୍ମନୟନ

ଦେଖି ହଜିଯାଏ ଭକ୍ତ ମନ ।


ପାଇ ଦିବ୍ୟଦୃଷ୍ଟି ଏ ଜଗତ ସୃଷ୍ଟି

    ଦିବ୍ୟଦୃଷ୍ଟି ଦିବ୍ୟଲୋଚନ

ଦେଖୁଛ ଜଗତ ବିଶାଳ ଆଖିରେ

    ନାମଟି ବିଶାଳ ନୟନ

ଶୋଭାରେ କମଳ ଆଖି କମଳାଖି

    ଡାକନ୍ତି କମଳ ନୟନ ।


ସୌନ୍ଦର୍ଯ୍ୟ ପଣରେ ତୁ କଞ୍ଜଲୋଚନ

    ପୁଣିତ ରାଜିବଲୋଚନ

ଶୂନର ପରାଏ ଚକା ଚକା ଆଖି

    ଚକାଡୋଳା ରବିଲୋଚନ

ପଲକ ପଡ଼େନି ଅପଲକ ନେତ୍ର

    କେତେ ନାମ ମଧୁସୂଦନ ।


Rate this content
Log in

Similar oriya poem from Inspirational