ଆଖିରେ ଆଖିରେ
ଆଖିରେ ଆଖିରେ
ଆଖୁ କିଣୁଥିଲି ଆଖୁଆପଦାର ଛକରେ
ଆଖି ପଡିଗଲା ଯାଉଥିଲୁ ତୁହି ବାଟରେ । [୧]
ଆଖି ଲାଖିଗଲା ଆଖେଇକି ତୋ ରୂପରେ
ଆଖି ମାରିଦେଲି ଇଶାରା କରି ମୋ ଆଖିରେ। [୨]
ଆଖି କହିଦେଲା ମନ କଥା ମୋର ଅଚିରେ
ଆଖିରେ ପଢି ତୁ ଆଖି ଝୁକେଇଲୁ ସଖୀରେ। [୩]
ଆଖି ତୋ କହିଲା ତୁ ରହିବୁ ମୋ ସାଥିରେ
ଆଖି ନାଚିଗଲା ମନ ଭରା ମନ ଖୁସିରେ। [୪]
ଆଖି ପକେଇଲା କିଏସେ ମୋ ମିଠା ପେରେମେ
ଆଖି ଭସେଇକି ତୁଉ ଦୂର ହେଲୁ ଭରମେ । [୫]
ଆଖି ବୁଲେଇଲେ ତୁ ଚାରିଆଡେ ଦିଶୁରେ
ଆଖି କୋଣେ ଆସି ମୁକୁତା ବିନ୍ଦୁରେ ବସୁରେ। [୬]
ଆଖିରେ ନାଚୁଛି ମିଠା ମିଠା ସେଇ ସ୍ମୃତିରେ
ଆଖିରେ ରହିଛୁ ରହିବୁ ତୁ ମନ ମୋତିରେ। [୭]
ଆଖିର ଅକୁହା ଭାଷା ତୋ ହୃଦ କି ବୁଝିବ
ଆଖି ପାଉନି ଏ ସମୟ କି ସାକ୍ଷୀ ରହିବ। [୮]
ଆଖି ବୁଜିଦେବା ସଭିଏଁ ତ କାଳ ସୁଅରେ
ଆଖିରେ ମୋ ଆଖି ମିଶାଇ ତୁ ସତ କହରେ। [୯]
