STORYMIRROR

Bijay Prusty

Romance

3  

Bijay Prusty

Romance

ଆଖିରେ ଆଖିରେ ପ୍ରେମ

ଆଖିରେ ଆଖିରେ ପ୍ରେମ

1 min
181


ମଥାରେ ତୁମର କଳାବିନ୍ଦି ଟିଏ

ନେଉଥିଲା ମନ କିଣି

ଚୋରା ଚଇତାଳି ଛୁଇଁ ଦେଉଥିଲା

ତୁମ ଦେହ ଜାଣି ଜାଣି I

ତୁମରି ଓଠର ସରୁ ହସଧାରେ

ବିଜୁଳି ଚମକୁ ଥିଲା

ହୃଦୟ ତଳେ ମୋ ପ୍ରୀତିର ପ୍ଳାବନ

ଛଟପଟ ମୋତେ କଲା I

କଥାକୁହା ତୁମ ଆଖି ଦୁଇଗୋଟି

କହୁଥିଲେ କେତେ କଥା

ବୁଝି ପାରିଲିନି ସେ କଥାରୁ କିଛି

ମନରେ ଲାଗିଲା ବ୍ୟଥା I

ହୃଦୟ ବୀଣାରେ ନୂଆସ୍ୱର ଟିଏ

ତିଆରୁଛି ତୁମପାଇଁ

ଥରୁଟେ ଶୁଣିବ ମୋ ହୃଦୟ ସ୍ୱର

ମନା କରିଦେବ ନାହିଁ I

ନୂଆରାସ୍ତାଟିଏ ଦେଖାଉଛ ମୋତେ

କେମିତି ଚାଲିବି କୁହ

ତୁମ ପାଦେ ପାଦ ମିଶାଇ ଚାଲିବି

ହାତ ମୋର ଧରିନିଅ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance