STORYMIRROR

Bijay Prusty

Romance

3  

Bijay Prusty

Romance

ଆଖିରେ ଆଖିରେ ପ୍ରେମ

ଆଖିରେ ଆଖିରେ ପ୍ରେମ

1 min
174


ମଥାରେ ତୁମର କଳାବିନ୍ଦି ଟିଏ

ନେଉଥିଲା ମନ କିଣି

ଚୋରା ଚଇତାଳି ଛୁଇଁ ଦେଉଥିଲା

ତୁମ ଦେହ ଜାଣି ଜାଣି I

ତୁମରି ଓଠର ସରୁ ହସଧାରେ

ବିଜୁଳି ଚମକୁ ଥିଲା

ହୃଦୟ ତଳେ ମୋ ପ୍ରୀତିର ପ୍ଳାବନ

ଛଟପଟ ମୋତେ କଲା I

କଥାକୁହା ତୁମ ଆଖି ଦୁଇଗୋଟି

କହୁଥିଲେ କେତେ କଥା

ବୁଝି ପାରିଲିନି ସେ କଥାରୁ କିଛି

ମନରେ ଲାଗିଲା ବ୍ୟଥା I

ହୃଦୟ ବୀଣାରେ ନୂଆସ୍ୱର ଟିଏ

ତିଆରୁଛି ତୁମପାଇଁ

ଥରୁଟେ ଶୁଣିବ ମୋ ହୃଦୟ ସ୍ୱର

ମନା କରିଦେବ ନାହିଁ I

ନୂଆରାସ୍ତାଟିଏ ଦେଖାଉଛ ମୋତେ

କେମିତି ଚାଲିବି କୁହ

ତୁମ ପାଦେ ପାଦ ମିଶାଇ ଚାଲିବି

ହାତ ମୋର ଧରିନିଅ I

         


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Bijay Prusty

ବୋଉ

ବୋଉ

1 min വായിക്കുക

ଜୀବନ ତରୀ

ଜୀବନ ତରୀ

1 min വായിക്കുക

ଶୁଭ୍ରା

ଶୁଭ୍ରା

1 min വായിക്കുക

ମୋ ଦେଶ

ମୋ ଦେଶ

1 min വായിക്കുക

ଉତ୍ସବ

ଉତ୍ସବ

1 min വായിക്കുക

ବହି

ବହି

1 min വായിക്കുക

ପ୍ରିୟତମା

ପ୍ରିୟତମା

1 min വായിക്കുക

Similar oriya poem from Romance