STORYMIRROR

Debadatta Jena

Abstract Inspirational Others

3  

Debadatta Jena

Abstract Inspirational Others

ଆଖି

ଆଖି

1 min
252


ଦିନରେ ଖରା 


ଅବା ରାତିରେ ତାରା, 


ଦେଖାଏ ଆଖି...


କେବେ ହସର ଫଗୁଣ, 


ପୁଣି ଲୁହର ଶ୍ରାବଣ, 


ଭରିଦିଏ ଆଖି, 


ଆଖି ବି ପଢ଼ିପାରେ 


ଅବ୍ୟକ୍ତ ହୃଦୟର ଭାଷା, 


ଅଲେଖା ଇତିହାସର 


ମୁକସାକ୍ଷୀ ଏଇ ଆଖି, 


ଆଖି ଖୋଲା ରଖି 


କିଏ ସପନ ଦେଖୁଥାଏ ତ' 


କାହା ବନ୍ଦ ଆଖିକୁ 


ନିଦ ନ ଥାଏ, 


ଆଖି ଦେଖାଇ 


କିଏ ଅନ୍ୟକୁ ଶାସନ କରେ ତ'


ପରକୁ ଆପଣାର କରେ 


କାହା ଆଖି, 


ଆଖି ଅମୁଲ୍ୟ.. !


ଆଖି ନ ଥାଇ 


ଅନ୍ଧ ଏଠି ଖୋଜୁଛି ଦୁନିଆଁ, 


କିଂତୁ ଆଖି ଥାଇ ଅନ୍ଧ ହେଲେ, 


ଜୀବନ ଅନ୍ତଃସାର ଶୂନ୍ୟ 


ଏକ ମରୀଚିକା ମାତ୍ର.. !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract