STORYMIRROR

Sanjukta Padhi

Fantasy

3  

Sanjukta Padhi

Fantasy

ଆଖି

ଆଖି

1 min
167


ଏମିତିକା ସାଥିଟିଏ

ଯାହା ସବୁ ଦେଖୁଥାଏ

ରାତିକୁ ସପନ ଦିଏ

ଦିନ କୁ ହଜାଇ ଥାଏ

ମନରେ କୋହ ଉଠିଲେ

ନିଜେ ସମୁଦ୍ର ପାଲଟି ଯାଏ ।

ରାଗିଗଲେ ଜୁଆରର ରୂପ

ଥମିଗଲେ ଭଟ୍ଟା ପଡ଼ିଥାଏ

ଅବୁଝା କୁ ଲାଗେ ସରଳ

ଭାଷାକୁ ଭାବରେ ପରଖ

ବାଡ଼ ନ ଥିବା ବତା ଟିଏ,

ସପନ ପାଇଁ ସେ ରାତି ଟିଏ

ଅନ୍ତଃ ବେଦନା ର କୋଣରେ

ଚିର ଜାଗ୍ରତ ସାଥୀ ସିଏ

ଚଲାପଥରେ ହୁଏ ସାରଥୀ

ଦର୍ଶନ ଶାସ୍ତ୍ରରେ ହୁଏ ବ୍ରତୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy