ଆଖି ଥାଇ ଅନ୍ଧ
ଆଖି ଥାଇ ଅନ୍ଧ


ଏ ଦୁନିଆ ସାଜିଛି
ଟଙ୍କାର ଗୋଲାମ
ଆଖି ଥାଇ ସର୍ବେ ଅନ୍ଧ ।
ସମସ୍ତେ ହୁଅନ୍ତି ଏଠି
ମାୟାର ବାୟା
ବୁଦ୍ଧି ସବୁଂକର ମନ୍ଦ ।
ପ୍ରାଣୀର ପରୀକ୍ଷା
କ୍ଷେତ୍ର ଏହି କ୍ଷିତି
ଜଣା ଏଠି ଭଲ ମନ୍ଦ ।
ସମସ୍ତେ ଧରା ରେ
କୁଟ କପଟିଆ
ଜ୍ଞାନ ଚକ୍ଷୁ ଅଛି ବନ୍ଦ ।
ଆଖି ଥାଇ ଅନ୍ଧ
ସମସ୍ତେ ହୋଇଲେ
ସମାଜେ ଘୋଟୁଛି ନିନ୍ଦା ।
ଯାହା ପାଇଁ ଯାହା
ଲୋଡାଏ ସମାଜେ
ପାଉଛନ୍ତି କରି ଫନ୍ଦା ।
ଲାଭ ଆସେ ଯେଉଁ
ଆଖି ଥିବା ଅନ୍ଧ
ଦୁଃଖୀଙ୍
କୁ କଷଣ ଦିଏ ।
ସେ ହୀନ ପକ୍ଷରେ
ବଞ୍ଚିଥିବା ଠାରୁ
ପ୍ରାଣ ଯିବା ଭଲ ହୁଏ ।
ଦେଖ ଅହରହ
ରଚନ୍ତି ବିବାଦ
ମନକୁ କରି ବିଷାଦ ।
ଆଖି ଥାଇ ଅନ୍ଧ
କପାଳ ଟା ମନ୍ଦ
ନଥାଏ ତାହାର ହୃଦ ।
ଅହମିକା ଢଙ୍ଗେ
ନୟନ ତରାଟି
ଜୀବେ କରନ୍ତିନି ଦୟା ।
ତାଙ୍କ ପଛ ପାଶେ
କାଳ ହସ୍ତ ଆସେ
ଦୁଲୁକି ପଡିବ ହିଆ ।
ସତ୍ୟ ପଥୁ ଟଳି
ହୁଏ ପଥ ଭ୍ରଷ୍ଟ
ଆଖି ଥାଇ ଅନ୍ଧ ହେଲେ ।
ରଖି ପାରିବେନି
ଜଗତର ସାଇଁ
ଅନ୍ଧ ପଟି ବାନ୍ଧି ଥିଲେ ।