STORYMIRROR

Prasanna kumar sahu

Inspirational

4  

Prasanna kumar sahu

Inspirational

ଆଖି ଓ ଚଷମା

ଆଖି ଓ ଚଷମା

1 min
362


ଜନ୍ମ ସମୟରେ ଜନ୍ମ ନେଇଛୁ

ଆମେ ଆଖି ସହିତରେ,

ଆଖିର କିଛି ଦୋଷ ଦେଖିଲେ

ଚଷମା ପିନ୍ଧୁ ଆଖିରେ।


ତଥାପି ଯଦି ଦେଖିବା ଅସୁବିଧା

ଚଷମା ବଦଳି ଥାଏ,

ଆଖି ବଦଳାଇବା ସହଜ ନୁହେଁ

ସଭିଙ୍କୁ ଯେ ଜଣାଥାଏ।


ମା ଅଟଇ ଆଖି ସମାନ ଆମର

ପତ୍ନୀ ଅଟଇ ଚଷମା,

ଯଦି ହୁଏ ବଦଳିବା ଦରକାର 

ବଦଳିବ ପତ୍ନି ନୁହଁ ମା।


ପେଟ ପୂରାଇ ଖାଇ ଦେଲେ ଯେ

ପେଟ ଆମ କଷ୍ଟ ପାଏ,

ଦଶ ମାସ ଗର୍ଭ ଧାରଣୀ ମା ଯେ 

କେତେ କଷ୍ଟ ସିଏ ସହେ ।


ଚଷମା ତୁଲ୍ୟ ପତ୍ନୀ ସହଜେ ଯେ

ପରିବର୍ତ୍ତନ ହୋଇବ,

ଆଖି ସଦୃଶ୍ୟ ମା ବଦଲିବା କାହିଁ

ଆମେ ଯେ ଆଶା କରିବା।


ଆଖି ସିନା ବଦଳି ପାରିବ ନାହିଁ

ଚଷମା ବଦଳି ପାରିବ,

ସହଜେ ଚଷମା ବଦଳି ଗଲେ

ଦେଖିବା ସହଜ ହେବ।


ଚେଷ୍ଟା କରିବା ଆଖି ସଦୃଶ 

ମାଆ ବଦଳିବ ନାହିଁ,

ଚଷମା ସଦୃଶ ସ୍ତ୍ରୀ ବଦଳିଲେ

ଶାନ୍ତି ମିଳିବ ଯେ ତହିଁ।


Rate this content
Log in

Similar oriya poem from Inspirational