STORYMIRROR

Sanuja Meghamala

Abstract

2  

Sanuja Meghamala

Abstract

ଆକାଶର ମେଘ

ଆକାଶର ମେଘ

1 min
106


ନୀରବ ରେ ଶୂନ୍ୟ ଆକାଶକୁ

ଚାହିଁ ରହିବାରେ ଥାଏ

ଏକ ନିଆରା ଆପଣା ପଣ

ଭିଜା ଭିଜା ସ୍ମୃତି କେତେ

ଛବି ଆଙ୍କି ଓହ୍ଲେଇ ଆସନ୍ତି

ଗୋଟେ ପରେ ଗୋଟେ ..

ସେହି ହଜିଲା ସ୍ମୃତି ର

ସ୍ପର୍ଶ ଆନ୍ଦୋଳିତ କରେ

ଆନମନା ହୋଇଉଠେ

କ୍ଷଣିକ ପାଇଁ ମନ ।

ଯେବେ ସ୍ମୃତି ର ଅଗଣା

ଖୋଲି ଖୋଲି ଯାଏ

ନିଦ ହଜେ ଆଖି ଖୋଜେ

ପାଇ ହରାଇଥିବା

ହରାଇ ପାଇଥିବା

ଅଧା ପଢା କାହାଣୀ ର ଖିଅ

ନେଇଯାଏ କାହିଁ

କେଉଁ ଦୂର ଅତୀତକୁ ।

ସ୍ମୃତି ର ରୋମାନ୍ଥନ 

ଭରି ଦିଏ ମନରେ

କେତେ ଆନନ୍ଦ ପୁଣି ବିଷାଦ

ଏମିତି ଅନେକ କିଛି

ଅକୁହା କାହାଣୀ

ବୁକୁ ତଳେ ଚାପି ହୋଇ

ରହିଯାଏ ,ଯାହାକେବେ

ଖୋଲେ ନାହିଁ   ବଞ୍ଚିଥିବା ଯାଏଁ

କେବଳ ସ୍ମୃତି ତାର ଭାସିଯାଏ

ମଝିରେ ମଝିରେ ମନକୁ ବୁଝେଇ

ଆକାଶର ମେଘ ଖଣ୍ଡ ପରି ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract