ଆକାଶର ମେଘ
ଆକାଶର ମେଘ
ନୀରବ ରେ ଶୂନ୍ୟ ଆକାଶକୁ
ଚାହିଁ ରହିବାରେ ଥାଏ
ଏକ ନିଆରା ଆପଣା ପଣ
ଭିଜା ଭିଜା ସ୍ମୃତି କେତେ
ଛବି ଆଙ୍କି ଓହ୍ଲେଇ ଆସନ୍ତି
ଗୋଟେ ପରେ ଗୋଟେ ..
ସେହି ହଜିଲା ସ୍ମୃତି ର
ସ୍ପର୍ଶ ଆନ୍ଦୋଳିତ କରେ
ଆନମନା ହୋଇଉଠେ
କ୍ଷଣିକ ପାଇଁ ମନ ।
ଯେବେ ସ୍ମୃତି ର ଅଗଣା
ଖୋଲି ଖୋଲି ଯାଏ
ନିଦ ହଜେ ଆଖି ଖୋଜେ
ପାଇ ହରାଇଥିବା
ହରାଇ ପାଇଥିବା
ଅଧା ପଢା କାହାଣୀ ର ଖିଅ
ନେଇଯାଏ କାହିଁ
କେଉଁ ଦୂର ଅତୀତକୁ ।
ସ୍ମୃତି ର ରୋମାନ୍ଥନ
ଭରି ଦିଏ ମନରେ
କେତେ ଆନନ୍ଦ ପୁଣି ବିଷାଦ
ଏମିତି ଅନେକ କିଛି
ଅକୁହା କାହାଣୀ
ବୁକୁ ତଳେ ଚାପି ହୋଇ
ରହିଯାଏ ,ଯାହାକେବେ
ଖୋଲେ ନାହିଁ ବଞ୍ଚିଥିବା ଯାଏଁ
କେବଳ ସ୍ମୃତି ତାର ଭାସିଯାଏ
ମଝିରେ ମଝିରେ ମନକୁ ବୁଝେଇ
ଆକାଶର ମେଘ ଖଣ୍ଡ ପରି ।