STORYMIRROR

Santosh Kumar Ojha

Romance Tragedy

3  

Santosh Kumar Ojha

Romance Tragedy

ଆକାଶକୁ ମାଗିଥିଲି

ଆକାଶକୁ ମାଗିଥିଲି

1 min
178

            

ଆକାଶକୁ ମାଗିଥିଲି ରୂପା ଜହ୍ନ ଟିଏ

ଜହ୍ନକୁ ବି ମାଗିଥିଲି ଜୋଛନା ମୁଠାଏ

     ହେଲେ କେହି ଦେଲେ ନାହିଁ

                    ଜହ୍ନ କି ଜୋଛନା   

      ଫୁଲ ଦେବେ କହି ଦେଲେ

                      କଣ୍ଟାର ଯାତନା

ଫଗୁଣକୁ କହି କହି

ଥକି ଗଲି ଦେଲା ନାହିଁ

ବସନ୍ତର ପିଆଲା ରେ ମନ ଲାଖି ପ୍ରିୟା ଟିଏ

ଆକାଶକୁ ମାଗିଥିଲି......

ସୂରୁଜକୁ ମାଗି ଥିଲି ଉଷାର ଆଲୋକ

ବଗିଚାକୁ ମାଗି ଥିଲି ଫୁଲର ମହକ

         ଜହ୍ନରେ କଳଙ୍କ ଥାଇ

                        ଆଦର ପାଉଛି

           ଏତେ କଥା ସହି ରାଇ

                     କାହ୍ନୁକୁ ଝୁରୁଛି

ହେଲେ କିଆଁ ପାଉ ନାହିଁ

ସାଥି ପ୍ରୀତି ନିଜ ପାଇଁ

ଶ୍ରାବଣ ନଥାଇ ମେଘ ଲୁହ ହେଇ ଝରିଯାଏ

ଆକାଶକୁ ମାଗି ଥିଲି....

ବରଷାକୁ କହି ଥିଲି ଧୋଇବାକୁ ଦୁଃଖ

ଅନ୍ଧାରକୁ କହି ଥିଲି ଢାଙ୍କିବାକୁ ମୁଖ

           ନିଜକୁ ମୁଁ ବୁଝେଇଲି

                        କରିବୁନି ଆଶା

              ମରୀଚିକା ପଛେ ଧାଇଁ

                    ହେବୁ ଲୋକ ହସା

ତଥାପି କାହିଁକି ଭାବେ

ସାଥି ମିଳି ଯିବ କେବେ

ଭାବି ଭାବି ବିଷାଦର ନଈ କୂଳେ ଶୋଇ ଯାଏ

ଆକାଶକୁ ମାଗିଥିଲି।

           

   



Rate this content
Log in

Similar oriya poem from Romance