Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଆକାଶଦୀପ

ଆକାଶଦୀପ

1 min
351


ହେମନ୍ତର ସନ୍ଧ୍ୟା ଆସେ କ୍ରମେ ନଇଁ ନଇଁ l

ପ୍ରଦୀପ ଗୋଟିଏ ଜଳେ ମିଞ୍ଜି ମିଞ୍ଜି ହୋଇ ll


କାର୍ତ୍ତିକ ଆକାଶେ ଦେଖ ଜଳେ ଦପ ଦପ l

ବାଉଁଶ ଅଗିରେ ଝୁଲେ ଆକାଶ ପ୍ରଦୀପ ll


ପ୍ରଦୀପ ନୁହଁଇ ସିଏ ପରଂବ୍ରହ୍ମ ଜ୍ୟୋତି l

ପରମ ପୁରୁଷେ ଡାକି ସ୍ୱାଗତ କରନ୍ତି ll


ଉର୍ଦ୍ଧ୍ୱ ଶିଖା ଆବାହନ କରେ ପିତୃଗଣ l

ହେ ପିତୃ ପୁରୁଷ କର ଧରାବତରଣ ll


ଅଧମ ପୁତ୍ର କୁଳର ବାଞ୍ଛେ ଆଶୀର୍ବାଦ l

ଜୀବନ ଯାତ୍ରା ପଥରେ ନପଡ଼ୁ ପ୍ରମାଦ ll


ତୁମ ଲାଗି ବାଢି ରଖିଅଛି ଅର୍ଘ୍ୟ ପିଣ୍ଡ l

ସେ ପିଣ୍ଡ ଗ୍ରହଣ କର ପୁରୁ ତୁମ୍ଭ ତୁଣ୍ଡ ll


ପିଣ୍ଡରେ ପ୍ରୟାସୀ ସୁଝିବାକୁ ପିତୃ ଋଣ l

ପ୍ରୟାସ ସାର୍ଥକ କର ଆହେ ପିତୃଗଣ ll


ଏ ପ୍ରଦୀପ ଆଲୋକିତ କରୁ ଯାତ୍ରା ପଥ l

ଦିବ୍ୟଧାମ ଫେରିଯାଅ ହୋଇ ଆତ୍ମତୃପ୍ତ ll


ହେ ପ୍ରଦୀପ ଜ୍ୟୋତି ପରଂବ୍ରହ୍ମ ଜନାର୍ଦ୍ଦନ l

ନମସ୍ତେ ଦୀପକ କର ମୋ ପାପ ଦହନ ll



Rate this content
Log in

Similar oriya poem from Inspirational