STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ଆକାଶ

ଆକାଶ

1 min
276


 ମନ ପକ୍ଷୀ ମୋର ଉଡ଼ି ଉଡ଼ି ଗଲା

ଆକାଶ ଛୁଇଁବା ପାଇଁ

ବାଟରେ ଭେଟିଲା ବାଦଲ ଭେଳାକୁ

ମିତ ହେଲା ବେଗେ ଯାଇ ।


ସାଙ୍ଗରେ ରହିଛି ଭଉଣୀ ଚପଳା

ଆଲୋକିତ କରେ ପଥ

ଘଡ ଘଡି ଶଦ୍ଦେ ମନର ଆନନ୍ଦେ

ଚଳୁ ଥାଏ ତାର ରଥ ।


ବାଦଲ ଉହାଡୁ ଗଗନ ଛାତିରୁ

ଉଙ୍କି ମାରୁ ଥିଲେ ରବି

ଝରି ଝରି ପଡେ ତୁଷାର ଫଳ ଯେ

ଅପୂର୍ବ ସୁନ୍ଦର ଛବି ।


ଏହି ରୂପେ କେତେ ପଥ ଅତିକ୍ରାନ୍ତେ

ଝଲସିଲା ସାତ ରଙ୍ଗ

ସୂରଜ କିରଣ ହୋଇ ବିକିରଣ

ଇନ୍ଦ୍ରଧନୁ ନାମେ ସାଙ୍ଗ ।


ଗୋଧୂଳି ବେଳାକୁ ପାରି ହୋଇ ଯେବେ

ପଶ୍ଚିମ ଆକାଶ ଦେଖେ ।

ଶୁକ୍ର ତାରା ପରା ହସ୍ତ ପଶାରିଣ

କୋଳେ ନେଲା ଅତି ସୁଖେ ।


ଆସେ ବିଭାବରୀ ଗଗନକୁ ଘେରି

ସୁନିଦ୍ରା ପ୍ରକୃତି ରାଣୀ

ଆକାଶ ଛାତିରେ ତାରା ପୁଞ୍ଜ ଉଇଁ

ମନ ନେଲା ମୋର କିଣି ।



Rate this content
Log in

Similar oriya poem from Inspirational