Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Others

3  

Rama chandra Pradhan

Abstract Others

ଆକାଶ ପଥେ

ଆକାଶ ପଥେ

1 min
138



ଆକାଶର ପଥେ ଉଡି ବୁଲେ କେତେ 

   ଅମାନିଆ ଧୂଳିକଣା 

ଧୂଳି ଧୂସରିତ ଆକାଶଟା କେବେ 

  ହୁଏ ନାହିଁ ବାଟବଣା l

ସଞ୍ଜ ଯେବେ ଆସେ ଏଇ ଆକାଶରେ 

   ପକ୍ଷୀ ଫେରେ ତା' ନିଡ଼କୁ 

ସଞ୍ଜବତୀ ଜଳେ ଚଉତରା ମୂଳେ 

  ଗୋଠ ଫେରେ ତା' ଗାଆଁକୁ l

ମେଘମେଦୁରର ଆକାଶ ବୁକୁରେ 

  ଇନ୍ଦ୍ରଧନୁ ରଙ୍ଗବୁଣେ 

ଛାଇ ଆଲୁଅର ରଙ୍ଗୀନ୍ ଛିଟାରେ 

   ସୌନ୍ଦର୍ଯ୍ୟଟା ମନକିଣେ  l

ସୁନୀଳ ଅମ୍ବରେ ଧଳା ମେଘ ଖଣ୍ଡ 

  ଭାସୁଥାନ୍ତି ମେଳା ମେଳା 

ଯେମିତି ଭାସନ୍ତି ସାଗର ବେଳାରେ  

   ନୀଳ ନୀଳ ଉର୍ମିମାଳା l

କେବେ କେବେ ମୋର ଭାରି ଇଚ୍ଛା ହୁଏ 

   ଯିବାକୁ ଆକାଶ ପଥେ 

ଯେଉଁଠି ନ ଥାଏ ହିଂସା ପ୍ରତିହିଂସା 

  ଅହିଂସା ହିଁ ଥାଏ ସାଥେ l




Rate this content
Log in

Similar oriya poem from Abstract