STORYMIRROR

Gayatri Sahoo

Classics

4  

Gayatri Sahoo

Classics

ଆଜିର ସମ୍ପର୍କ

ଆଜିର ସମ୍ପର୍କ

1 min
380

ଅଢେଇ ଦିନିଆ ସମ୍ପର୍କ ଆଜିର 

ସ୍ୱାର୍ଥରେ ଲୋଭରେ ଛିଣ୍ଡୁଛି 

ନିଷ୍ପୃହ ଥିଲେବି ଅର୍ଥର ଲୋଭରେ

ଆପଣା ଛାଏଁ ସେ ଭାଙ୍ଗୁଛି ।।

ମିଛୁଆ ପ୍ରେମର କାଚ ସଂପର୍କଟା

କେତେ ଦିନ ଅବା ତିଷ୍ଟିବ

ସ୍ନେହ ମମତା ବି ହାର ମାନିଯାଏ

ରଜ୍ଜୁ ଟା ନିଶ୍ଚୟ ଛିଡିବ।।

ସଂସାର ବାଟରେ ସମ୍ପର୍କ ହାଟରେ 

ସ୍ବାର୍ଥ ହିଁ ସର୍ବେ ସର୍ବା

ସ୍ବାର୍ଥ ସରିଗଲେ ଅବିବେକି ମଣିଷ 

ଭୁଲିଯାଏ ପଛ କଥା।।

କେହି ରହିନାହିଁ ସାଥିରେ କାହାର 

ପ୍ରତିଶ୍ରୁତି ସବୁ ମିଥ୍ୟା 

ଆସିଅଛୁ ଏକା ଯିବୁ ତୁହି ଏକା

ବନ୍ଧନ ଯେ ସବୁ ବୃଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics