ଆଜିର ସମାଜ
ଆଜିର ସମାଜ


ଦୁର୍ନୀତିର ଗନ୍ଧେ ଆଜିର ସମାଜ
ଅଣନିଶ୍ୱାସୀ ଲାଗୁଛି
ନିତି ଆଦର୍ଶର ସେ କଥା ଅମୃତ
ସ୍ୱାର୍ଥର ବିଷେ ଜଳୁଛି ।
ଚାରିଆଡ଼େ ଖାଲି ପ୍ରତିହିଂସା ନିଆଁ
ଭୟରେ ଦେହ ଥରୁଛି
ଅଶାନ୍ତି କରୁଛି ସମାଜେ ରାଜୁତି
ବିଚରା ଶାନ୍ତି କାନ୍ଦୁଛି ।
ସମାଜର ଏଇ ଅବସ୍ଥା ଦେଖିଲେ
ମନରେ କୋହ ଆସୁଛି
କେବେ ବଦଳିବ ସେ କଥା ଭାବିଲେ
ଚିନ୍ତାରେ ମୁଣ୍ଡ ଘୁରୁଛି ।
ନୈତିକତା ଶୂନ୍ୟ ଆଜିର ସମାଜେ
ସମ୍ପର୍କ ବାଟ ହୁଡୁଛି
ମ
ଣିଷ ପଣିଆ ଭୁଲି ଏ ମଣିଷ
ରକ୍ତରେ ହୋଲି ଖେଳୁଛି ।
ମିଛ ସମ୍ପର୍କର ଅଡୁଆ ସୁତାରେ
ମଣିଷ ନିତି ମରୁଛି
ଛଳନା ରଙ୍ଗକୁ ମୁହେଁ ମାଖି ସିଏ
ମିଛି ମିଛିକା ହସୁଛି ।
ଗାଆଁ ଠୁ ସହର ସବୁଠାରେ ଏବେ
ପାଶ୍ଚାତ୍ୟ ଛାପ ଦିଶୁଛି
ଅପ ସଂସ୍କୃତିର ସେ ଅନ୍ଧ ଗଳିରେ
ସଂସ୍କାର ଖାଲି ଝୁଣ୍ଟୁଛି ।
ହେ ମଣିଷ ଭାଇ ସୁଧୁରି ଯାଅହେ
ହାତଯୋଡ଼ି କି' କହୁଛି
ସୁସ୍ଥ ସମାଜଟେ ଗଢ଼ିବାକୁ ଆଜି
ନିବେଦନ ମୁଁ କରୁଛି ।