STORYMIRROR

Sahil Kumar Das

Abstract

3  

Sahil Kumar Das

Abstract

ଆଜିର ସୀତ

ଆଜିର ସୀତ

2 mins
375

ଆଜିର ସୀତା।।

କିଏ ବୁଲିବ ବଣରେ ଯାଇ

ରାଜ ମହଲର ସୁଖକୁ ଛାଡି

ବଣ ରେ ତ ପ୍ରତିଟି ପାଦରେ

କଣ୍ଟା ମାନଙ୍କର ପ୍ରତିଯୋଗିତା

ଝରିପାରେ ମୋ ସୁନ୍ଦର ପାଦରୁ

ରକ୍ତର ଛୋଟ ଛୋଟ ଛିଟା।

ମୁଁ ଏକ ସମ୍ଭ୍ରରାନ୍ତ ଘରର ଝିଅ

ଅୟସୀ ଆଉ ବୟସୀ ମଧ୍ୟ

କଣ ପାଇଁ ଆଉ କେଉଁ ଉଦେଶ୍ୟରେ

ପଶ୍ଚାତ ଧାବନ କରିବି ଏକ ଭିକାରୁଣୀ ବେଶ ନେଇ

ଏ କଣ ଥିଲା ମୋର ସ୍ବପ୍ନ

କଣ ସେ ପତିବ୍ରତାର ପ୍ରକୃତ ଅର୍ଥ

ଯେଉଁଠି ସୁଖ ଶବ୍ଦ କାହିଁ କେତେ ଅପହଞ୍ଚ।

ବାପ ତାର ହଁ ହୋଇପାରେ

ସମ୍ବଧରେ ଶଶୁର

ଶପଥ ବି ତାର

ମୁଁ କଣ ପାଇଁ ଆପଣାଇବି

ଏ ଧର୍ମର ସତ୍ୟ

ଘୋର ଜଙ୍ଗଲର ଦାରୁଣ ଯନ୍ତ୍ରଣାରେ

କଣ ପାଇବି ସ୍ୱାମୀ ସୁଖ

ଯିଏ ଯାଉଛି ଯାଉ

କଣ ପଡିବ ମୋର ଫରକ।

ଏଠି ତ ପ୍ରତିଦିନ ସୀତା ଚୋରି

ରାମ ମାନଙ୍କ ଆଗୋଚର ରେ

ଏ କେଉଁ ନୂଆ କଥା

ରାବଣ ମାନଙ୍କ ସାହାରାରେ

ବଞ୍ଚିବାର ଏକ ନିଆରା ଚମକତା

ସୃଷ୍ଟି କରେ ଶରୀରରେ ଏକ ନୂଆ ପୁଲକତା

ତେଜବନ୍ତ କରେ ଶରୀରକୁ

ନୂଆ ନୂଆ ମଣୋହିରେ

ରାବଣର ସ୍ୱର୍ଣ୍ଣ ମହଲ ଆଉ ପୁଷ୍ପକ ବିମାନ

ତାକୁ ଛାଡି କଣ ପାଇଁ ଆପଣାଇବି

ଏ ଦୁସ୍ତ ଜଙ୍ଗଲୀ ଜୀବନ।

ଏଠି ତ ସ୍ୱପ୍ନମାନେ ଅପହଞ୍ଚ

ନେଉ ରାବଣ

ସେ ତ ନେଇଛି ମୋ ସନ୍ମତରେ

ମୁଁ ଚାହେଁ ଜିଇଁବାକୁ ଏକ ସଫଳ ଜୀବନ

କିଏ ଦେଖୁଛି ଏଠି ମୋ ଯାତ୍ରା ରାବଣ ସାଥିରେ

ବ୍ୟୟ ବହୁଳ ଗହଳି ସହରେ

ସଭିଏଁ ତ ଏଠି ବ୍ୟସ୍ତ ନିଜ ଧନ ବଢାଇବାରେ।

ଜଟାୟୁ ସେ କଣ କରିପାରିବ

ପକ୍ଷୀ କହି ଅଯୋଗ୍ୟ ଘୋଷଣା କରିବି

କଚେରୀ ର ଦସ୍ତାବିଜ ଭିତରେ

ରାତି ବି ଭ୍ରମ ସୃଷ୍ଟି କରେ ରାବଣ ମହଲେ

ଅୟସରେ କଟିଯିବ ବୟସ ମୋର

କଣ ପାଇଁ ଘୁରି ଭୁଲିବି ସେ ଜଙ୍ଗଲ ଭିତର

ହାସଲ କରିପାରେ ବୋଧେ ସ୍ୱର୍ଣ୍ଣ ଲଙ୍କା

ଦୁରେଇ ଦେଇପାରେ ବୋଧେ

ସାତ ଜନ୍ମର ଦାରିଦ୍ର୍ୟତା

କି ମୂଲ ଏ ପଚାଶ ପଇସାର ସିଂନ୍ଦୁରର

ରାବଣ ପାଖେ ରହି ଯଦି ପିନ୍ଧିପାରେ

ସେ ବି ହୋଇବ ମୋର।

ମୋ ପାଖେ ଅଛି ଏକ ମାୟାବିନୀ ଗୁଣ

କରିପାରେ ଅକ୍ତିଆର ମୋ କୁହୁକ ପାଣିରେ

ଦୁଇ ଟୋପା ଛଳନାର ଲୁହରେ

ସୃଷ୍ଟି କରିପାରେ ଜୁଧ୍ୟର ବାତା ବରଣ

ଯାହାକୁ ଚାହିଁବି ଅକ୍ଷମତାର କାରଣ ସଜାଇ ପାରିବି

ମୋର ଟଙ୍କାର ଆବଶ୍ୟକତା

ଏ ନଶ୍ୱର ଶରୀରର କଣ ଆବଶ୍ୟକତା

ଯଦି ଶରୀର ବଦଳେ ମିଳିପାରେ ସ୍ବର୍ଣ୍ଣର ଲଙ୍କା

ତେବେ କଣ ପାଇଁ କରିବି ରାମର ଚିନ୍ତା।

ରାମ ପାଖେ ଅଛି କେବଳ ମହାନତା

ରାବଣ ପାଖେ ଅଛି ବାସ୍ତବ ଜୀବନକୁ

ନିଆରା ଢଙ୍ଗରେ ଉପଭୋଗ କରିବାର ଅଶୋକ ବାଟୀକା

ଦୈ ହିକ ଦହନରେ ମୁଁ ପାଏ ପବିତ୍ରତା

ତେଣୁ ମୁଁ ଆଜିର ସୀତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract