STORYMIRROR

Kalandi pal

Inspirational

4  

Kalandi pal

Inspirational

ଆଜିର ସାବିତ୍ରୀ

ଆଜିର ସାବିତ୍ରୀ

1 min
380


ବରଷ ଯାକର   ଯେତେ ବାସି କାମ

     ହାଣ୍ଡି ମଜା ଛୁଆ ଧରା

ସାବିତ୍ରୀ ବ୍ରତରେ  ଟିକେ ତ୍ରାହି ମିଳେ

     ଭାବେ ସତ୍ୟବାନ ପରା ।।


ଘରଣୀ ମୋହର    କରଇ ଆଦର

     ବରଷକେ ଗୋଟେ ଦିନ

କରେ ଆଜ୍ଞାଧୀନ    ବରଷ ତମାମ

     ନୋହିଲେ ମିଳେନି ସ୍ଥାନ ।।


ସକାଳୁ ସକାଳୁ    ଚିଠା ପଢ଼ୁ ପଢ଼ୁ 

    ବୋହି ଗଲା ଯମ ଝାଳ

ଭଲ ଶାଢ଼ୀ ଶଙ୍ଖା   ସିନ୍ଦୂର ଅଳତା

    ତା ସାଥିରେ ଫଳମୂଳ ।।


ପିନ୍ଧି ଶଙ୍ଖା ଶାଢ଼ୀ  ମୁଣ୍ଡିଆଟେ ମାରି

    କରୁଛି ମୋ ପାଦେ ପୂଜା

ଭାବୁଥିଲି ମୁହିଁ  ମୋ ପରି କେ ନାହିଁ

     ଆଲାଜୁକିଆଙ୍କ ରାଜା ।।


ପାହିଗଲେ ରାତି ପତିରୁ ଯେ ଗୋତି

     ଖଟିବାଟା ହେବ ସାର

କାହିଁକି କେଜାଣି   ବରଷକେ ପୁଣି

      ଦିନକ ପାଇଁ ହୁନ୍ଦର ।।


ବରଷ ତମାମ     ଥାନ୍ତା ଏହି ଦିନ

     ଶେଷ ହୁଅନ୍ତାନି ରାତି

ଯୋଗ୍ୟ ପତି ପଣେ ଭରନ୍ତା ଜୀବନେ

     ସତେ କେତେ ସୁଖ ଶାନ୍ତି ।।


ସପନକୁ ଏତେ  ରାତି କାହିଁ କେତେ

     ବାଜୁଛି ସତର୍କ ଘଣ୍ଟି

ଘର କାମ ପୁଣି    ହାତ ଠାରିଲାଣି

     ଭାବି ଶୁଖି ଯାଏ ତଣ୍ଟି ।।


ଧନ୍ୟ ସତ୍ୟବାନ ଧନ୍ୟ ମା ସାବିତ୍ରୀ

     ଧନ୍ୟ ତୁମ ସତୀ ପଣ

ଐଶ୍ୱର୍ଯ୍ୟକୁ ଏଡି   କାଠୁରିଆ ବରି

     ବାସ କରିଥିଲ ବଣ ।।


ବଡ ଘର ଝିଅ     ହାକିମିର ସୁଅ

     ବହେ ଝରଣାଟି ପରି

ମୋ ପରିକା ଏଠି  ଖଟୁଥାନ୍ତି ବେଠି

     ସ୍ତ୍ରିରି ହାକିମିକୁ ପାଳି ।।


ସାବିତ୍ରୀଙ୍କ ସଂଖ୍ୟା ଉଭେଇ ଗଲାଣି

    ହୋଇଲେଣି ରଣଚଣ୍ଡି

କଥାରେ ନ ଗଲେ ଇଶାଣ କଣରେ

    ଶୁନ୍ୟ ମାରେ ଭାତ ହାଣ୍ଡି ।l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational