STORYMIRROR

Jagannath Barik

Inspirational

3  

Jagannath Barik

Inspirational

ଆଜିର ନାରୀ

ଆଜିର ନାରୀ

1 min
195

ଆଜିର ନାରୀ ମୁଁ ପୁରୁଷ ସଙ୍ଗରେ ଟକ୍କର ଦେଇକି ଚାଲିଛି

ପାଠରେ ଶାଠରେ ଜ୍ଞାନ ବିଜ୍ଞାନରେ ପଛରେ ପକାଇଦେଇଛି |


କୃଷି କ୍ଷେତ୍ର ଠାରୁ ଅନ୍ତରୀକ୍ଷ ଯାଏ ଭୂମିରୁ ଭୂମାକୁ ଛୁଇଁଛି

ନିର୍ମାଣ ଶ୍ରମିକ ଠାରୁ ବୈଜ୍ଞାନିକ ସବୁଥିରେ ନାଆଁ ରଖିଛି |


ହାଣ୍ଡିଶାଳ ଠାରୁ ସଂସଦ ଭବନ ହୁ୍ଲ୍ ସ୍ତୁଲ୍ କରି ଦେଉଛି

ସାମାଜିକ ସେବା ସାମରିକ ସଜ୍ଜା ସବୁଥିରେ ଦକ୍ଷା ହେଉଛି |


ଜନନୀ ଭଗିନୀ ଜାୟା ପ୍ରିୟା ରୂପେ ଭୂମିକା ନିର୍ବାହ କରୁଛି

ପୁରୁଷପ୍ରଧାନ ସମାଜରେ ଆଜି ନିଜର ସ୍ୱାତନ୍ତ୍ର୍ୟ ପାଉଛି |


ନିଜ ଅଧିକାର ସାବ୍ୟସ୍ତ ନିମିତ୍ତ ମହିଳା ମିଶନ ଗଢିଛି

ସ୍ୱୟଂସହାୟିକା ସେବିକା ଶିକ୍ଷିକା ଚିକିତ୍ସିକା ବେଶ ସାଜିଛି |


ଅଙ୍ଗନବାଡ଼ିଠୁଁ ରଙ୍ଗମଞ୍ଚ ଯାଏ କାୟା ମୁଁ ବିସ୍ତାର କରିଛି |

ରୋଜଗାରକ୍ଷମ ଆଜିର ନାରୀ ମୁଁ ବୋଝନୁହେଁ କାହାପାଇଁକି

ପଲ୍ଲୀଠାରୁ ଦିଲ୍ଲୀ ଦେଶ ଦେଶାନ୍ତର ପ୍ରଭାବ ବିସ୍ତାର କରିକି |


ପୁରୁଷଙ୍କ ସଙ୍ଗେ ତାଳ ଦେଇ ଆଜି ହିମଗିରି ଶୃଙ୍ଗ ଲଂଘୁଛି

ମହାକାଶଯାନେ ସୌର ମଣ୍ଡଳକୁ ପରିକ୍ରମା କରି ଫେରୁଛି |


କ୍ରୀଡ଼ାରେ କଳାରେ ରାଜନୀତି କ୍ଷେତ୍ରେ ସାମର୍ଥ୍ୟ ପ୍ରମାଣକରିଛି

ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୁବିଧା ସୁଯୋଗ ପାଇଛି |


ନାରୀ ନୁହେଁ ଆଜି ଭୋଗର ସାମଗ୍ରୀ ନିଜଭାଗ୍ୟ ନିଜେ ଗଢ଼ିଛି

ପୁରୁଷ ହାତରେ ନୋହି କ୍ରୀଡ଼ନକ ସ୍ୱାଧୀନତା ସ୍ୱାଦ ଚାଖିଛି |


ଚାକିରୀ କରୁଛି ବିଦେଶେ ରହୁଛି ସ୍ୱାବଲମ୍ବିନୀ ସେ ହୋଇଛି

ପ୍ରାଚୀନ ସଂସ୍କାର ରୁଢ଼ି ପରମ୍ପରା ଧୂଳିସାତ କରି ଦେଇଛି |


ନିଶା ନିବାରଣ ଯୌତୁକ ବାରଣ ନିମିତ୍ତ ସେ ଅଣ୍ଟା ଭିଡ଼ିଛି

ନିରାପତ୍ତା ପାଇଁ ନାରୀ କମିଶନ ମହିଳା କୋର୍ଟ ଖଞ୍ଜିଛି |


ଚୌକିଦାରଠାରୁ ଗୁପ୍ତଚର ଯାଏ ସବୁ କାମ କରି ପାରୁଛି

ପୁରୁଷଙ୍କୁ ଏବେ ପଛରେ ପକାଇ ନାରୀଜାତି ଧ୍ୱଜା ଉଡ଼ୁଛି |


ଯୁଗ ବଦଳୁଛି ରକ୍ଷଣଶିଳତା ଧିରେ ଧିରେ କମି ଯାଉଛି

ନାରୀ ଆଗେଇଲେ ଦେଶ ଆଗେଇବ ଏ କଥା ପ୍ରମାଣ ମିଳୁଛି |


ଗୋଟିଏ ମୁଦ୍ରାର ଦୁଇଟି ପାରୁଶ କେହି କା'ଠୁଁ ଊଣା ନୋହିକି 

ନାରୀର ସୁରକ୍ଷା ନାରୀ ଜାଗରଣ ବ୍ରତ କର ନରେ ଏଣିକି |



Rate this content
Log in

Similar oriya poem from Inspirational