ଆଜିର ନାରୀ
ଆଜିର ନାରୀ
ଆମେ ଆଜିର ନାରୀ। ଆମେ ଆଜିର ନାରୀ
କଥାରେ ନୁହେଁ କାମରେ ଆମ ଓଜନ ଭାରି ।
ପୁରୁଷ ଠାରୁ ପାଦେ ଆଗୁଆ
ମାତୃତ୍ଵ ଆମର ଜଣାଏ ତାହା
ରହିଵାନି ଆମେ ଘର କୋଣରେ
ମୋଦି ସରକାର ଅଛି ସାଥିରେ ।
ପଛଘୁଞ୍ଚା ଆମେ ଦେବାନି ଡରି ।
ଅସହ୍ୟ ହେଲାଣି ନାରୀ ଯାତନା
ସହିହେଉ ନାହିଁ ତାଙ୍କ ବେଦନା
ଆସ ହାତଧର ସ୍ୱର ଉଠାଅ
ନିଜକୁ ନିଜେରେ ସୁରକ୍ଷା ଦିଅ
କରନାହିଁ ଆଉ ଜମାରୁ ଡେରି ।
ଦୁର୍ଗତିନାଶିନୀ ଭକ୍ତି ଶୁଣିଵେ
ତାଙ୍କ ଶକ୍ତିକୁ ସେ ଆମକୁ ଦେବେ
ତାଙ୍କ ଶକ୍ତି ପାଇ ହେବା ବଳୁଆ
କଦାପି ହେବାନି ଆମେ ପଛୁଆ ।
ଆମ ଆମ ଅଭିଯାନ ରଖିବା ଜାରି
ଆମେ ଆଜିର ନାରୀ ଆମେ ଆଜିର ନାରୀ
କଥାରେ ନୁହେଁ କାମରେ ଆମ ଓଜନ ଭାରି ।
