STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ଆଜିର ମାଙ୍କଡ଼

ଆଜିର ମାଙ୍କଡ଼

1 min
11.7K

ହେ ଗାନ୍ଧୀ !

ତୁମେ ସିନା କହିଥିଲ

ତିନି ମାଙ୍କଡ଼ଙ୍କ କଥା

ଯୁଗେ ଯୁଗେ ତ

ସେମାନେ ଥିଲେ

ଏବେବି ଅଛନ୍ତି

ତୁମ ମାଙ୍କଡ଼ ମାନେ

ଦେଉଥିଲେ ବାର୍ତ୍ତା

ମନ୍ଦ କଥା ଦେଖିନାହିଁ

ମନ୍ଦ କଥା ଶୁଣିନାହିଁ

ମନ୍ଦ କଥା କୁହନାହିଁ

ଆଜି କିନ୍ତୁ

ସେଦିନର ମାଙ୍କଡ

ଖୁବ୍ ବିବର୍ତ୍ତିତ 

ଏବେ ଘୂରି ବୁଲନ୍ତି

ସମାଜର କୋଣ ଅନୁକୋଣେ 

ଯେଉଁଠିକୁ ଚାହିଁବ

ସେମାନଙ୍କ ରାଜୁତି

ଆଉ ବିସ୍ତୃତି

ଚାରିଆଡେ ବିଭ୍ରାନ୍ତିର ପଟ୍ଟଚିତ୍ର । 

ହେଲେ ତମ ତିନି ମାଙ୍କଡ଼

ମୂର୍ତ୍ତି ହୋଇ ଦେଖୁଥାଏ

ମନେ ମନେ ହସୁଥାଏ

ଗର୍ବରେ ନୁହେଁ ଦୁଃଖରେ

ନିଜକୁ ଧିକ୍କାର ବି କରେ

ଭାବେ ଏମାନେ କେମିତି ହେଲେ

ସେମାନଙ୍କ ପରବର୍ତ୍ତୀ ବଂଶଧର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract