STORYMIRROR

Papu parida

Drama Inspirational Children

3  

Papu parida

Drama Inspirational Children

ଆଜିର କଳିକା

ଆଜିର କଳିକା

1 min
206

ଆଜିର କଳିକା କାଲିର ଫୁଲକ

ଜଗତ ଲଭିବ ତାଙ୍କରି ମହକ।


ଟିକି ମୁହେଁ ତାଙ୍କ ହସର ଚହକ

ସମ୍ମୋହନ ଅବା ସତେକି କୁହୁକ।


କୁନି କୁନି ପାଦେ ଥିରି ଥିରି ଚାଲି

ଲଙ୍ଘିଯିବେ ଗିରି ପାଦକରେ କାଲି।


ଛୋଟ ଛୋଟ ହାତେ ବଡ଼ ବଡ଼ କାମ

ରଖିବେ ଜଗତେ ମାତୃଭୂମି ନାମ।


ଛୋଟିଆ ମନରେ ଅସୁମାରୀ ଆଶା

ଝଡ ବତାସରେ ନ ଭାଙ୍ଗେ ଏ ବସା।


ଛୋଟିଆ ଆଖିରେ ବିରାଟ ସପନ

ପରିଶ୍ରମ ବଳେ କରିବେ ପୂରଣ।


କୁନି ମସ୍ତିଷ୍କରେ ଭବିଷ୍ୟ ଚିନ୍ତନ

ଜଗତକୁ ଦେବେ କେତେ ଉଦ୍ଭାବନ।


ଛୋଟିଆ କଣ୍ଠରୁ ଦେଶ ପ୍ରୀତି ଗାନ

ଜଗତେ ରଖିବେ ଏ ଜାତିର ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama