Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Inspirational Children

3  

Papu parida

Drama Inspirational Children

ଆଜିର କଳିକା

ଆଜିର କଳିକା

1 min
197


ଆଜିର କଳିକା କାଲିର ଫୁଲକ

ଜଗତ ଲଭିବ ତାଙ୍କରି ମହକ।


ଟିକି ମୁହେଁ ତାଙ୍କ ହସର ଚହକ

ସମ୍ମୋହନ ଅବା ସତେକି କୁହୁକ।


କୁନି କୁନି ପାଦେ ଥିରି ଥିରି ଚାଲି

ଲଙ୍ଘିଯିବେ ଗିରି ପାଦକରେ କାଲି।


ଛୋଟ ଛୋଟ ହାତେ ବଡ଼ ବଡ଼ କାମ

ରଖିବେ ଜଗତେ ମାତୃଭୂମି ନାମ।


ଛୋଟିଆ ମନରେ ଅସୁମାରୀ ଆଶା

ଝଡ ବତାସରେ ନ ଭାଙ୍ଗେ ଏ ବସା।


ଛୋଟିଆ ଆଖିରେ ବିରାଟ ସପନ

ପରିଶ୍ରମ ବଳେ କରିବେ ପୂରଣ।


କୁନି ମସ୍ତିଷ୍କରେ ଭବିଷ୍ୟ ଚିନ୍ତନ

ଜଗତକୁ ଦେବେ କେତେ ଉଦ୍ଭାବନ।


ଛୋଟିଆ କଣ୍ଠରୁ ଦେଶ ପ୍ରୀତି ଗାନ

ଜଗତେ ରଖିବେ ଏ ଜାତିର ମାନ।


Rate this content
Log in

Similar oriya poem from Drama