Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational Others

4  

Bijoy Jena

Inspirational Others

ଆଜିର ଦିନଟି କାଲିକି ନ ଥିବ

ଆଜିର ଦିନଟି କାଲିକି ନ ଥିବ

1 min
212



ସକାଳର ସୂର୍ଯ୍ୟ   ରାତିକି ନଥାଏ

   ପ୍ରତୀକ୍ଷା ରାତିକ ପାଇଁ

ଗଙ୍ଗଶିଉଳିର  ରାତିର ମହକ

   ସକାଳେ ଝଡି ପଡ଼ଇ ।


ଆଜିର ଦିନଟି   କାଲିକି ନଥିବ

     ଆପେ ହୋଇବ ପୁରୁଣା

ବରଷ ବରଷ   ଅତୀତ ହେଉଛି

      ସମାଜରେ ହୁଏ ଗଣା ।


ନୂତନ ପୁରୁଣା  ଫେଣ୍ଟାଫେଣ୍ଟି ହୋଇ

     ଗଢା ମଣିଷ ଜୀବନ

ପିଢ଼ି ପରେ ପିଢ଼ି  କେତେଯେ ଗଲେଣି

     ରଖି ଅବା ସନମାନ ।


ସବୁରି ମୂଳରେ   ଇଂଗିତ ତାଙ୍କର

     ତାଙ୍କ ସୃଷ୍ଟି ତାଙ୍କ ନୀତି

ପରଖିବା ପାଇଁ    ମଣିଷ ପାଖରେ

      ନାହିଁ ସାମାନ୍ୟ ଶକତି ।


ଦଇବ ଦଉଡ଼ି   ମଣିଷ ଗାଈ ଯେ

     ଓଟାରେ ଯେଣିକି ଯାଇ

ଜଗନ୍ନାଥ ପ୍ରଭୁ   କାଳିଆ ସାଆନ୍ତ

      ରଖନ୍ତୁ ଘଣ୍ଟ ଘୋଡାଇ ।



Rate this content
Log in

Similar oriya poem from Inspirational