STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଆଜିର ଚୈତ୍ର ମାସ

ଆଜିର ଚୈତ୍ର ମାସ

1 min
182


ଲହରେ ଗରମ ପବନ ଆଜି ଚୈତ୍ର ମାସର ବେଳ ।।


ବେଳ ହେଉ ହେଉ ସୂରୁଯ ଆକାଶୁ

                ଢାଳେ ଅଗ୍ନି ଅବିରଳ 

ପୋଡି ଜଳିଯାଏ ମନ ଉପବନ

               ମରି ମରି ଯାଏ ଇଚ୍ଛା

ସରି ସରି ଆସେ ସ୍ନେହ ପ୍ରେମ ସୁଧା

              ଶୁଭେ ମୃତ୍ୟୁ କଳରୋଳ

ଲହରେ ଗରମ ପବନ‌ ୟେତ ଚୈତ୍ର ମାସର ବେଳ ।।


ପିଲାଦିନ କଥା ମନେପଡେ ଆଜି

                ଚଇତି ପରବ କଥା

କେତେ ଯାନି ଯାତ ରାତି ପାହିଯାଏ

             ଦିଏ ଭାଇଚାରା ବାର୍ତ୍ତା

ହଜିଯାଇଅଛି ସେଦିନ ପଖାଳ

         (ଆଜି) ଦୁଃଖ ର ଦାଉ ପ୍ରବଳ

ଲହରେ ଗରମ ପବନ ଆଜି ଚୈତ୍ର ମାସର ବେଳ ।।


ମରଣ ଡାକୁଛି ଦ୍ଵାର ଦ୍ଵାର ବୁଲି

             ବେଖିଆଲି ୟେ ମଣିଷ

ଯେତେ ଖାଦ୍ୟ ଆଉ ପାନିୟ ଏଠାରେ

               ସବୁରେ ଭରିଛି ବିଷ

ଅବିଶ୍ଵାସୀ ସ୍ଵାର୍ଥୀ ମାନବ ଜାତିର

               ଜୀବନର ବାଜି ଖେଳ

ଲହରେ ଗରମ ପବନ ୟେତ ଚୈତ୍ର ମାସର ବେଳ ।।


ଏ ଜାତିକୁ ସାହା ସିନା ଚଉବା‌ହା

               ଇତସ୍ତତଃ ବିଶୃଙ୍ଖଳ 

ବିଗଡି ଗଲାଣି ମାନବ ସଭ୍ୟତା 

              ଆସ ଆସ ଆଦିମୂଳ

ଦିବ୍ୟଜ୍ଞାନ ଦାତା ତୁମ ସର୍ଜନା ରେ

              ମଣିଷ ସାଜିଛି କାଳ

ଲହରେ ଗରମ ପବନ ଆଜି ଚୈତ୍ର ମାସର ବେଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller