STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଆଜିକାଲି ଛୁଆ ବଡ଼ ଅମାନିଆ

ଆଜିକାଲି ଛୁଆ ବଡ଼ ଅମାନିଆ

1 min
13.6K


ଆଜିକାଲି ଛୁଆ ବଡ଼ ଅମାନିଆଁ  

         କାହା କଥା ଶୁଣୁନାହାନ୍ତି,

ମୂଷା ଲାଞ୍ଜ ଭଳି ଚୁଟି ଗଁଣ୍ଡେ ରଖି

        ନିଜକୁ ହିରୋ ଭାବନ୍ତି,,

ଓଜନ କରିଲେ ଦଶ କେଜି ହେବେ

        ନିଜକୁ ଭାବନ୍ତି ବଳୁଆ

ବାଇକି ଖଣ୍ଡିଏ ହାତେ ପଡିଗଲେ

         ଚଲାନ୍ତି ପବନ ଭଳିଆ

ଅଣ୍ଟାର ତଳକୁ ପେଣ୍ଟକୁ ପିନ୍ଧି

         ଚାଲିଥାନ୍ତି ଘୋଡାଭଳିଆ

ପେଣ୍ଟ ସିଟଟା ନଇଁ ପଡିଥାଏ

         ଦିଶୁଥାଏ ଢଲଢଳିଆ

ଗୋଟିଏ ହାତରେ ରବରର ବଳା

         ଦେଖାଯାଏ ଚୁଡ଼ିଭଳିଆ

ଗୋଟିଏ କାନରେ କାନ ଫୁଲଥାଏ

        ମୁଣ୍ଡ ଚୁଟି କେରେକେରିଆ

କାମଧାମ କିଛି ନଥାଏ ତାଙ୍କର

         ସର୍ବଦା ବ୍ୟସ୍ତ ରହନ୍ତି

ଗାଡିଖଣ୍ଡେ ଧରି ଛକ ରୁ ଛକ କୁ

         ମିଛଟାରେ ଘୁରି ବୁଲନ୍ତି,

ଝିଅଙ୍କ ପଛରେ ଗୋଡେଇ ଗୋଡେଇ

         ଦିନ ତାଙ୍କ ସରିଯାଏ

ଯେତେ ବୁଝେଇଲେ ଜମାବୁଝନ୍ତିନି

         ବୁଝେଇବ ବା କିଏ,

ପାଠପଢା କଥା ଚୁଲିକି ଗଲାଣି

        ନିଜକୁ ଭାବନ୍ତି ଜ୍ଞାନୀ

ଗୁରୁଜନଙ୍କ କଥା ଶୁଣନ୍ତିନି

        କରୁଥାନ୍ତି ବେଇମାନି

ବାପା ପଇସାକୁ ଉଡେଇ ଦିଅନ୍ତି

         ପାଠକୁ ପଛେ ପକାଇ

ସମୟ ସରିଲେ ବେଳ ବୁଡ଼ିଗଲେ

         କହନ୍ତି ଭାଗ୍ୟରେ ନାହିଁ,,

 ।। ନିରଞ୍ଜନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational