STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଜିକା ପୁଅ

ଆଜିକା ପୁଅ

1 min
182


ଆଜିକାଲି ଦେଖ ଏହି ପୁଅଙ୍କର ନିତି,

ଗାଡି ଧରି ବୁଲୁଛନ୍ତି ନାହିଁ ଦିନ ରାତି,

କାମ କିଛି ନ ଥାଇ ସେ ସମୟ ବିତାନ୍ତି,

ପାନଦୋକାନ ଆଗରେ ଆଡା ସେ 

ମାରନ୍ତି ।

ସତେ କି ମୁଁ କୋଟିପତି

ହେଲେ ତା ପରେ,

ହାତରେ ମୋବାଇଲ ଧରି ଷ୍ଟାଇଲ କରନ୍ତି,

ବାଲାନସ ନ ଥାଇ ଫୋନ କାନରେ ମାଡନ୍ତି,

ଝିଅ ପିଲାମାନେ ଯଦି ରାସ୍ତାରେ ଆସନ୍ତି,

ଆଗ ପଛ କରି ସିଏ ଗାଡିକୁ ବୁଲାନ୍ତି,

ସତେ କି ମୁଁ ଷ୍ଟାରଟି ।

ହେଲେ ତା ବାପା,

ବୁଢା ବୟସରେ ବାପା ଧନ୍ଦା ଯେ କରନ୍ତି,

ନାଲି ଚାହା ମୁଢି ଖାଇ ଦିନ ସେ କାଟନ୍ତି,

ଚିରା ଜାମା ସିଇଁ କରି ନିତି ସେ ପିନ୍ଧନ୍ତି,

ପାଞ୍ଚ ଟଙ୍କା ବଳିଲେ ସେ ସଞ୍ଚୟ କରନ୍ତି,

ନୁହେଁ ମୁହିଁ କୋଟିପତି ।

ହେଲେ ତା ପୁଅ,

ସାଙ୍ଗସାଥି ହୋଇ ଟଙ୍କା ମଦରେ ସାରନ୍ତି,

ବାପାଙ୍କ ଡିବାରୁ ଟଙ୍କା ନିତି ସେ ଚୋରାନ୍ତି,

ବାପା ମାଆ ଯଦି ତାକୁ ତାଗିଦ କରନ୍ତି,

ହାତଉଠାଇବାକୁ ସିଏ କେବେ ନ ପଛାନ୍ତି,

ନାହିଁ ତୁମ ରାଜନୀତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational