STORYMIRROR

Anita Dash

Abstract Drama Inspirational

4  

Anita Dash

Abstract Drama Inspirational

ଆଜି ତୁମ ଜନ୍ମଦିନ

ଆଜି ତୁମ ଜନ୍ମଦିନ

1 min
24.5K

ଦାରୁବ୍ରହ୍ମ ମୂର୍ତ୍ତି ଆଦ୍ୟ ଲୀଳା ଖେଳା

ଆୟମାରମ୍ଭର ଦିନ,

ଆଜି ଦିବ୍ୟ ଦେବସ୍ନାହାନ ପୂର୍ଣ୍ଣିମା

ପ୍ରଭୁ ତୁମ ଜନ୍ମଦିନ।

ଖୁସି ଅସରନ୍ତି ନିଗିଡି ପଡୁଛି

ମନ ହେଉଛି ଉଚ୍ଛନ୍ନ,

ଏତେଦିନ ପରେ କଳା ଶ୍ରୀମୁଖକୁ

କରିବି ମୁଁ ଦରଶନ।

ବହୁଦୂରେ ଥାଇ ଟିଭି ପରଦାରେ

ହେଉ ପଛେ ତୁମ ଭେଟ,

ଦୂରୁ ଦେଖି ମୁଁତ ଠଉରେଇ ନେବି

ଖୁସି କିବା ମନ ଦୁଃଖ ।

ଆହା ସେ ସୌଭାଗ୍ଯ ହେବ ମୋର କାହିଁ

ମୁଁ କି ତୁମ ଅଂଗ ସେବକ,

ନିତି କାନ୍ତି ଲାଗି ଆଳରେ ପାଇବି

ଦିବ୍ୟ ଶ୍ରୀଅଙ୍ଗ ପରଶ ।

ବାମନ ହୋଇକି ଚାନ୍ଦ ଧରିବାକୁ

ବଢାଇବି କିଆଁ ହାତ,

ନିର୍ଦ୍ଦେଶକ ତୁମ ମନ ମୁତାବକ

ଚାଲୁ ଜୀବନ ନାଟକ।

ତୁମ ଖୁସି ସହ ମିଶାଇ ଦେଇଛି

ମୋ ଜୀବନର ଖୁସି,

ସ୍ନାନ ମଣ୍ଡପକୁ ଝୁଲିଝୁଲି ଆସ

ଚାଲୁ ତୁମ ନିତି କାନ୍ତି ।

ଶହେ ଆଠ ସୁନା କଳସେ ଗାଧୋଇ

ବେଗେ ହୁଅ ଗଜ ବେଶ,

ପତିତ ପାବନ ଲୀଳା ଚାଲିଥାଉ

ନୟନ ପିଉ ପିୟୁଷ ।

ତୁମ ଠାରେ ମୁଁ ତ ଚିର ୠଣୀ ଯେଣୁ

ଦେଇଛ ଜୀବନ ଭେଟି,

ହୃଦ ଦୀପେ ଭରି ଅଶ୍ରୁ ତୈଳ ଦେଲି

ଭକ୍ତି ଅର୍ଘ୍ଯ ଜନ୍ମଦିନ ଭେଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract