Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ଆଜି ସାଧାରଣତନ୍ତ୍ର ଦିବସ

ଆଜି ସାଧାରଣତନ୍ତ୍ର ଦିବସ

1 min
302


ତେସ୍ତରୀତମ ଜନରାଜ୍ୟ ଦିନ ହୋଇଅଛି ଉପଗତ

ଭାରତବାସୀଙ୍କ ଗର୍ଵ ଗୌରବ ଦିବସ ଏ ଗଣତନ୍ତ୍ର |


କମ୍ପି ଉଠୁଛି ଗଗନ ପବନ ଆକୁମାରୀ ହିମାଚଳ

ପଲ୍ଲୀଠାରୁ ଦିଲ୍ଲୀ ଉଠୁଛି ଚହଲି କମ୍ପେ ଆଜି ଜଳସ୍ଥଳ ।


ଶୀତ ବଦଳରେ ବହୁଛି ମଳୟ ସ୍ଵର୍ଣ୍ଣ ଘନ ଭାସମାନ

ଜଣାଏ ପ୍ରକୃତି ଭବ୍ୟ ସମ୍ବର୍ଦ୍ଧନା ବିହଗ ସଂଗୀତ ତାନ |


ଉନବିଂଶ ଅର୍ଦ୍ଧଶତ ଜାନୁୟାରୀ ମାସ ଛବିଶ ତାରିଖ

ସମ୍ବିଧାନ ଆମ କାର୍ଯ୍ୟକାରୀ ହେଲା ଆନନ୍ଦ ଛୁଇଁଲା ଶିଖ |


ସାର୍ଵଭୌମ ଗଣତନ୍ତ୍ର ସାଧାରଣତନ୍ତ୍ର ହୋଇଲା ଭାରତ

ଜାତୀୟ ପତାକା ଜାତୀୟ ସଂଗୀତ ଗାନେ ଝଙ୍କୃତ ଦିଗନ୍ତ |


ବିଶ୍ୱ ବୃହତ୍ତମ ସମ୍ବିଧାନ ଆମ ବୃହତ୍ତମ ଗଣତନ୍ତ୍ର

ସାମ୍ୟବାଦ ଧର୍ମନିରପେକ୍ଷତାହିଁ ସମ୍ବିଧାନ ମୂଳ ମନ୍ତ୍ର |


ବିଭିନ୍ନତା ତଳେ ଏକତା ବିରାଜେ ଜାତୀୟତା ଅନିର୍ବାଣ

ଜାତି ଧର୍ମ ବର୍ଣ୍ଣ ଭାଷାଦି ବୈଷମ୍ୟ ତଳେ ଆମ ସାମ୍ୟ ଟାଣ |


ଏବର୍ଷ କୋଭିଡି କଟକଣା ଜାରି କାର୍ଯ୍ୟକ୍ରମ ସଂକୁଚିତ

ଅନ୍ୟ ରାଷ୍ଟ୍ରମୁଖ୍ୟ ଅତିଥି ସ୍ୱରୂପ ହେବେନାହିଁ ନିମନ୍ତ୍ରିତ |


ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡାଇବେ ରାଷ୍ଟ୍ରପତି

ତିନି ବାହିନୀଙ୍କ ପରେଡ ଗ୍ରହଣ କରିବେ ସେ ମହାମତି |


ସାମରିକ ଅର୍ଦ୍ଧ ସାମରିକ କେନ୍ଦ୍ର ଆରକ୍ଷୀ ବାହିନୀ ଧରି

ବାରଟି ରାଜ୍ୟର ପ୍ରଜ୍ଞାପନ ମେଢ଼ କଳା ସଂସ୍କୃତି ଆଦରି |


ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବ୍ୟକ୍ତି ହେବେ ଆଜି ସମ୍ମାନିତ

ପଦ୍ମ ପଦ୍ମଶ୍ରୀ ପଦ୍ମ ବିଭୂଷଣ ଉପାଧିରେ ବିମଣ୍ଡିତ |


ସର୍ବୋଚ୍ଚ ବେସାମରିକ ଏ ସମ୍ମାନ ମିଳେ ରାଷ୍ଟ୍ରପତି କରୁ

ସାତ ଜଣ ଓଡ଼ିଆଙ୍କୁ ଏ ସମ୍ମାନ ନେଇ ଆମେ ଗର୍ଵ କରୁ |


ସ୍ୱାଧୀନତାର ଏ ପଞ୍ଚସ୍ତରୀତମ ସମାରୋହ ଅବସର

ପଞ୍ଚସ୍ତରୀ ବାୟୁଯାନର ଦକ୍ଷତା ଦର୍ଶିତ ହେବ ଅମ୍ବର |


ଅମୃତ ମହୋତ୍ସବର ଆୟୋଜନ ଚମକିବ ଦେଖି ବିଶ୍ୱ

ଆମ ପ୍ରତିରକ୍ଷା ବାହିନୀ ପ୍ରାକ୍ରମ ଛୁଁଏ ସଫଳତା ଶୀର୍ଷ |


ଏକଶ'ତିରିଶ କୋଟି ଜନତାଙ୍କ ଗର୍ଵ ଗୌରବ ନିଶାଣ

ଜୟ ଗଣତନ୍ତ୍ର ବିଶାଳ ଭାରତ ଜୟ ଜୟ ହିନ୍ଦୁସ୍ଥାନ |


Rate this content
Log in

Similar oriya poem from Inspirational