STORYMIRROR

pawan Mohakul

Abstract Inspirational

4  

pawan Mohakul

Abstract Inspirational

ଆଜି ର ସମାଜ

ଆଜି ର ସମାଜ

1 min
412

ମଣିଷର କଥା ମଣିଷ କହୁଛି

   ମଣିଷ ଶୁଣିବା ପାଇଁ

ନିଷ୍ଠୁର କେତେ ମଣିଷ ହେଲାଣି

   ଏ ଦୁନିଆ, ସମାଜ ପାଇଁ ।


ଟଙ୍କାପାଇଁ ସେ ଜୀବନ ନେଉଛି

    ଟିକିଏ ବି ଭାବୁ ନାହିଁ

ଯୌତୁକ ପାଇଁ ବୋହୂ ମାରୁଛନ୍ତି

   ଟିକେ କୁଣ୍ଠାବୋଧ ନାହିଁ ।


ସଭି ମାତିଲେ ଚୋରି କରିବାରେ

   କାମ କେହି କରୁନାହିଁ

ଭାବୁଛେ ସଭି ରାତି ଭିତରେ

  ବଡ଼ ଲୋକ ଯିବା ହେଇ ।


ସମସ୍ତେ ଲାଞ୍ଚୁଆ କାମ ହୁଏନି

   ଲାଞ୍ଚ କିଛି ନ ଦେଲ

ଖାଇବା ଵାଲା ଅଧିକ ଏଠାରେ

   କାହାକୁ କହିବ ଭଲ ।


ନେତା ମାନେ ଚଳୁ କରୁଛନ୍ତି

   ଗରିବ ର ଚିପି ତଂଟି 

ତାଙ୍କୁ ପୁଣି ବିରୋଧ କରିଲେ

  ପୋଲିସ ମାରନ୍ତି ଲାଠି ।


ରାକ୍ଷସ ସାଜିଛି ମଣିଷ ଏଠି

  ନାରୀ ନୁହେଁ ସୁରକ୍ଷିତ

ରାତିରେ ଛାଡ ଦିନରେ ସେ

   ଘରେ ରହିବାଟା ହିତ ।


ଧନୀ ଲୋକ ନିଶାରେ ବୁଲନ୍ତି

   ଭୁଲ କିଛି ତାର ନୁହେଁ

ଗରିବ ଯଦି ସତ କଥା କୁହେ

   ତାଙ୍କ ଠାରୁ ମାଡ ଖାଏ ।


Rate this content
Log in

Similar oriya poem from Abstract