Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Romance

4.9  

Bauribandhu Lenka

Romance

ଆଜି ମନେ ମନେ ଝୁରେ

ଆଜି ମନେ ମନେ ଝୁରେ

1 min
294



ହେଉ ପଛେ ଅତି ଅଳ୍ପ ସମୟର

              ତୁମ ଲାଜୁଆ ଚାହାଣି

ଟାଣି ନେଇଥିଲା ମନକୁ ସେ ମୋର

             ପ୍ରେମ କଟାକ୍ଷରେ ହାଣି ॥


ତୁମେ ଜାଣିଥିଲ ମୁଁ ଜାଣିଥିଲି

             ଅକୁହା ଥିଲା ସେ କଥା

ସେଇଥିଲା ଆମ ପ୍ରେମର ପ୍ରଥମ

             ନିରବ ସଂକେତ ବାର୍ତ୍ତା ॥


ଅଳପ ହେଲେ ବି କଳପ ପର୍ଯ୍ୟନ୍ତ

            ରହିବ ସେ ସ୍ମୃତି ହୋଇ

ଜାଣେନା ମୁଁ ତୁମେ ସେଦିନ ସ୍ମୃତିକୁ

             ମନେ ରଖିଛ କି ନାହିଁ ॥


ଫଗୁଣର ଫୁଲ ରଙ୍ଗ ଅବିରର

           ଖେଳ କଥା ମନେ ଆସେ

ଦେଇଥିଲ ତୁମେ ପହିଲି ପରଶ

             ପାଇଥିଲି ଅତି ପାଶେ ॥


ତରୁଣ ମନ ମୋ ଚହଲାଇଥିଲା

              ପ୍ରଥମ ଛୁଆଁ ତୁମର

ନଦେଖିଲେ ଦିନେ ପାଗଳ ପରାଏ

           ହେଉଥିଲା ମୋର ମନ ॥


ତୁମେ କହୁଥିଲ ମୁଁ ଶୁଣୁଥିଲି

               ହୁଁ ମାରୁଥିଲି ବସି

ଜାଣୁଥିଲ ଯେବେ ଶୁଣୁନି ମୁଁ କିଛି

            ରାଗେ ଯାଉଥିଲ ରୁଷି ॥


ରାଗରୁଷା ମଧ୍ୟେ ଲୁଚିରହିଥିଲା

             ନିଗୂଢ ପ୍ରେମର ଗୀତି

ଚାଲିଗଲ ଦିନେ ବାଟ ଭାଙ୍ଗି ତୁମେ

             ହୋଇଗଲା ସବୁ ସ୍ମୃତି ॥


ଭଲପାଏ ବୋଲି ଭୁଲି ପାରୁନାହିଁ

           ଆଜି ମନେ ମନେ ଝୁରେ

ରହିଛି ବିଶ୍ୱାସ ଏ ଜୀବନେ କେବେ

          ଦେଖା ହୋଇ ଯାଇପାରେ ॥

          


Rate this content
Log in

Similar oriya poem from Romance