STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଆଜି କାଲି ପିଲା

ଆଜି କାଲି ପିଲା

1 min
13.6K


ଆଜି କାଲି ପିଲା ବଡ଼ ଚଗଲା

ବୁଦ୍ଧି ତାଙ୍କର ବହୁତ ଢିଲା

କଥା କଥାକେ କରିବେ ହାଲା

ପେଣ୍ଟ ତାଙ୍କର ବହୁତ ଢିଲା

ଚିରା ଫଟା ଯେତେ ପେଣ୍ଟକୁ ପିନ୍ଧି

ଜୀବନ ତାଙ୍କର ଖୋଲମ ଖୋଲା ||

ପାଠ ପଢିବାରେ ନଥାଏ ମନ

ଦେଇ ଜାଣନ୍ତି ନାହିଁ ସନମାନ

ମୋବାଇଲ ସଙ୍ଗେ କଟୁଛି ଦିନ

ମୂଷା ଲାଞ୍ଜ ଭଳି ଚୁଟିଗଣ୍ଡେ ରଖି

ମନ ହେଉଥାଏ ଖାଲି ଛନ ଛନ ||


ନିଶା ଦ୍ରବ୍ୟ ରେ ଖାଲି ମାତିଲେ

ଚିରାଫଟା ପିନ୍ଧି ହିରୋ ଭାବିଲେ

ଝିଅଙ୍କ ପଛରେ ଖାଲି ବୁଲିଲେ

ଭବିଷ୍ୟତ କଥା ସବୁ ଭୁଲିଲେ

ଗାଡି ଗୋଟେ ଧରି ଛକରୁ ଛକକୁ

ଦିନ ରାତି ସବୁବେଳେ ବୁଲିଲେ ||

ସାନ ବଡ଼କୁ ତାଙ୍କ ନାହିଁ ଖାତର

ଗୁରୁଜନ କଥା କିଏ ପଚାର

ପାଠ ଶାଠ ସବୁ ହେଲା ବେକାର

ବାପା ପଇସାରେ ମଜା ମଜା କରି କରି

ଶେଷରେ ହୋଇଲେ ସେ କୂଳଙ୍ଗାର ||


ସମୟ ସରିଲେ ବୟସ ବଢିଲେ

ମୁଣ୍ଡରେ ହାତ ମାରନ୍ତି

ମୋ ଭାଗ୍ୟ ଖରାପ ଭାଗ୍ୟରେ ନାହିଁ

କହି କହି ଖାଲି ବୁଲନ୍ତି

ଆହେ ଯୁବ ଗୋଷ୍ଠୀ ମନେ ରଖିଥିବ

ବେଳ ଥାଉ ବନ୍ଧ ବାନ୍ଧିବ

ଛୋଟ କଥାଟିକୁ ମନେ ନରଖିଲେ

କାନ୍ଦି କାନ୍ଦି ନିଶ୍ଚେ ମରିବ |||


ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational