STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଆଜି କାଇଁ ସେଇ ରଜ

ଆଜି କାଇଁ ସେଇ ରଜ

1 min
61


ଆଜି କାଇଁ ସେଇ ରଜ

କୁଆଁରୀର ସେଇ ଲାଜ

କୁକ୍କୁମ ଅଳତା ସଜ

ଦୋଳି ର ସେଇ ମଉଜ ।।

ଆଜି କାଇଁ ସେଇ ରଜ...

ଆମ୍ବତୋଟା ଆଜି ଖାଲି

ଦିଶୁନାହିଁ ପାଟି ନାଲି

ନାହିଁ ପୋଡପିଠା ଚୂଲି

ଗାଆଁ ଲାଗେ ଖାଲି ଖାଲି ।।

ଆଜି କାଇଁ ସେଇ ରଜ ...

ଉଡୁ ନାହିଁ ଆଜି ଗୁଡି

ଭୁଲିଲେ ଭାଇ କବାଡି

 ଖେଳ ପୁଚି ବା କଉଡ଼ି

ଶୁଭୁନି ଗୀତର ରୋଡି ।।

ଆଜି କାଇଁ ସେଇ ରଜ...

ନାହିଁ ଆଜି ପଟା ଦୋଳି

ସାଙ୍ଗସାଥୀ ସେହି ମେଳି

ପର୍ବ ଅତିଥି ଗୋହଳି

ଶୁଭୁନି ପିଲାର ଅଳି ।।

ଆଜି କାଇଁ ସେଇ ରଜ ....

ଭୂଳିରେ ଆମ ସସ୍କୃତି

ପରମ୍ପରା ରୀତି ନୀତି 

ପାଶ୍ଚାତ୍ୟ ରେ ଗଲେ ମାତି

ସଂସ୍କୃତି କୁ କରି ଇତି ।।

ଆଜି କାଇଁ ସେଇ ରଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational