STORYMIRROR

Kali Kumar

Tragedy

2  

Kali Kumar

Tragedy

ଆଜି କାହିଁ ଇଚ୍ଛା ହୁଏ

ଆଜି କାହିଁ ଇଚ୍ଛା ହୁଏ

1 min
141

ଆଜି କାହିଁ ଇଛା ହୁଏ ଲେଖିବାକୁ

ପ୍ରେମ-ପ୍ରତାରଣାର ବିରହ ଯନ୍ତ୍ରଣାକୁ

ନୂତନ-ପୁରାତନ ସ୍ମୃତି ଇତିହାସକୁ

ଅପରିଚିତ-ଅପରିସ୍ଫୁଟିତ ହୃଦର ଭାବନାକୁ

ଅକଳ୍ପନୀୟ-ପରିକଳ୍ପନାର ସ୍ବପ୍ନ ସୌଧକୁ

ଅଧିକନ୍ତୁ,

ଇଛା ହୁଏ ଲେଖିବାକୁ

ତୁମେ ଦେଇଥିବା ସେଇ 

ଅପରିଚିତ ଇସାରକୁ

ଆଜି କାହିଁ ଇଛା ହୁଏ ଲେଖିବାକୁ

ପ୍ରେମ-ପ୍ରତାରଣାର ବିରହ ଯନ୍ତ୍ରଣାକୁ


ଆଜି କାହିଁ ଇଛା ହୁଏ ଲେଖିବାକୁ

ତୁମ ଆଖିର କାଳିମାରେ ପ୍ରସ୍ଫୁଟିତ

ହୃଦୟର କୁତ୍ସିତ ଅଙ୍ଗାରର ପ୍ରତିରୂପକୁ

ତୁମ ଓଧର ରେ ଖେଳିଯାଉଥିବା ସ୍ମତହାସ୍ୟର 

ପ୍ରଛଦ ପଟରେ ଲୁକାଇତ ଛଳନାକୁ

ତୁମ ମଧୁର କଥାର ମଧୁରୀମାରେ

ଗୁପ୍ତ ଗରଳର ବିଷର୍ଣ୍ଣତାକୁ

ଅଧିକନ୍ତୁ,

ଇଚ୍ଛା ହୁଏ ଲେଖିବାକୁ 

ମୋ ପ୍ରତାରିତ ଜୀବନ ଡାଏରୀର ପୃଷ୍ଠାରେ

ତୁମେ ଲେଖିଥିବା ପ୍ରତାରଣାର ପ୍ରତିଛବିକୁ

ବିରହର ବେଦନାକୁ-ଭାବନାର ଆତ୍ମହୁତିକୁ

ଲକ୍ଷ୍ୟ ପଥର କାଳବୈଶାଖିକୁ-

ଜୀବନର ଘୁର୍ଣ୍ଣଝଡ଼କୁ

ଆଜି କାହିଁ ଇଛା ହୁଏ ଲେଖିବାକୁ

ପ୍ରେମ ପ୍ରତାରଣାର ବିରହର ଯନ୍ତ୍ରଣାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy