STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆଜି ଜାଗର ଫାଲଗୁନର ଚତୁର

ଆଜି ଜାଗର ଫାଲଗୁନର ଚତୁର

1 min
316


ଫାଲଗୁନ ର ଚତୁର୍ଦ୍ଦଶୀ

  ଜାଗର ରାତି

ଆସ ଆସ ଜାଳି ଦେବା 

  ଜାଗର ବତୀ

ଶିବ ମନ୍ଦିରରେ ରହି ଉଜାଗର

ପୂଜୀବା ପାର୍ବତୀ ପତି।

  ଆଜି ଜାଗର ରାତି


ଜଗତର ରକ୍ଷା ପାଇଁ କି ଯିଏ ରେ

  ଗରଳ କରିଲେ ପାନ

ପାପୀଙ୍କୁ ମାରନ୍ତି ତପି ଙ୍କୁ ତାରନ୍ତି

  ତାଙ୍କ ବିନା ସବୁ ଶୂନ୍ୟ

ଅରଖ ଗୟସ ଦୁଦୁରା କେତକୀ

ପ୍ରଭୁ ମଥା ଲାଗି ଚାହିଁ ରହିଛନ୍ତି

ସେ ପଦେ କୋଟି ପ୍ରଣତି।

  ଆଜି ଜାଗର ରାତି


ଅଳପେ ସନ୍ତୁଷ୍ଟ ହୁଅନ୍ତି ବୋଲିରେ

 ନାମ ତାଙ୍କ ଆଶୁତୋଷ

ଆରତୀ ଆରତ ହରି ଥାନ୍ତି ବୋଲି

  ଅଛି ଭକତ ବିଶ୍ୱାସ

ଶମଶାନ ବାସୀ ପ୍ରଭୁ ବ୍ରହ୍ମରାଶି

ଭକତ ବାନ୍ଧବ ପ୍ରଭୁ କାଶୀ ବାସୀ

 ସେ ପାଦ ରେ ଥାଉ ମତି।

 ଆଜି ଜାଗର ରାତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational