Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଆଜି ହେରା ପଞ୍ଚମୀ

ଆଜି ହେରା ପଞ୍ଚମୀ

1 min
205


ଦିନ ପରେ ଦିନ ଗଡି ଚାଲିଲା

ଚାହିଁ ଚାହିଁ ପାଣି ଆଖିରୁ ମଲା

ପ୍ରଭୁଙ୍କ ବିଚ୍ଛେଦ,ସହିଲେନି ମାତ

ହୃଦୟେ ତାଙ୍କର ନିଆଁ ଲାଗିଲା

ଆଜି,ହେରା ପଞ୍ଚମୀ ଆସିଲା

ଆସ,ଦେଖିଯିବା ନନ୍ଦ ଲାଲା ।


ଏତେ ଯେ ବାରତା କୁଆଡେ ଗଲା

ଫେରିକେନି ପ୍ରଭୁ ଶ୍ରୀ ଚକାଡୋଳା

ବାହାରିଲେ ମାତ, କ୍ରୋଧେ ରତ ରତ

ବଡ ଦାଣ୍ଡେ ଆଜି ହୂରି ପଡ଼ିଲା

ଘର କଥା ଆସି ଦଣ୍ଡେ ଗଡିଲା

ଆଜି,ହେରା ପଞ୍ଚମୀର ପାଲା

ଆସ,ଦେଖିଯିବା ନନ୍ଦ ଲାଲା ।


ଲଳିତା ବିଶାଖା ସଖିଙ୍କୁ ଧରି

ଉଭା ହେଲେ ମାତା ଶରଧା ବାଲି

ଭୟେ ଜଗନ୍ନାଥ ,କିଲିଲେ କବାଟ

ନଟି ଯାକ ସୂତା ଅଡୁଆ ହେଲା

ନନ୍ଦିଘୋଷ ପାଇଁ କାଳ ହୋଇଲା

ଆଜି,ହେରା ପଞ୍ଚମୀର ପାଲା

ଆସ, ଦେଖିଯିବା ନନ୍ଦ ଲାଲା ।


Rate this content
Log in

Similar oriya poem from Inspirational