STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଆଜି ଏଠାରେ

ଆଜି ଏଠାରେ

1 min
13.4K



ନାରୀପରେ ଆଜି ଅତ୍ୟାଚାର ହେଲେ

ନିଏ ସେ ନ୍ୟାୟ ଆଶ୍ରୟ,

ସତ୍ୟହେଉ ଅବା ମିଥ୍ୟା ହୋଇଥାଉ

ମିଳିଥାଏ ନିଶ୍ଚେ ନ୍ୟାୟ।

ହେଲେ ଥରେ କୁହ ପାଠକ ଇଶ୍ଵର

ନର ହେଲେ ନିର୍ଯାତିତ,

ମୁଣ୍ଡକୁ ବାଡେଇ କାକୁତି କଲେ ବି

ନ ମଣନ୍ତି କେହି ସତ।

ନ୍ୟାୟ ବିଚାର କି ତା ପାଇଁ ନୀରବ

ସେ ନିର୍ଯାତନା ସହୁଥିବ।

ଅନ୍ଧାରି ଗୃହରେ ପତ୍ନୀ ବୋଲଣାର

ଖାଦ୍ୟ ଖାଇ ରହିଯିବ।

ଏହାହିଁ ସତ୍ୟ ଯେ ଏ କଳି ଯୁଗରେ

ନାରୀ ନିର୍ଯାତିତ ହେଉଛି,

କିନ୍ତୁ ଶହେକରେ ଜଣେ ପୁରୁଷ ବି

ଗୁମୁରି ଗୁମୁରି କାନ୍ଦୁଛି।

ସଭିଏଁ ହୋଇବେ ଯଦି ସଚେତନ

ପୁରୁଷ ପାଇବ ସମ୍ମାନ,

ନା ନାରୀ କେବେ ହେବେ ନିର୍ଯାତିତା

ନା ହୋଇବେ ଅସମ୍ମାନ।

ପୁରୁଷ ଦେଉ ନାରୀକୁ ମର୍ଯ୍ୟାଦା

ନାରୀ ଦେଉଥାଉ ସମ୍ମାନ,

ଯୁଗେ ଯୁଗେ ନାରୀ ପୂଜା ପାଇ ଏଠି

ହୋଇଯାଏ ପୁଣି ମହାନ ।

ସବୁଠାରେ ପାଏ ସମ୍ମାନ।


ପ୍ରଣତି ମହାପାତ୍ର

ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational