STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
275

ଗୌରବାନିତ୍ଵର ରାଷ୍ଟ୍ରୀୟ ପାର୍ବଣ

  ପ୍ରଫୁଲ୍ଲିତ ମନ ଆଜି

ଆନନ୍ଦର ଭାବ ଉତ୍ସାହିତ କରେ

 ସାଧାରଣତନ୍ତ୍ର ଆଜି।


ସାର୍ବଭୌମ ଏହୁ ଗଣତାନ୍ତ୍ରିକଟି

 ରାଷ୍ଟ୍ରରେ ହିଁ ପରିଣତ,

ଲିଖିତ ସମ୍ବିଧାନ କାର୍ଯ୍ୟକାରୀଟି

 ଗଣତନ୍ତ୍ରେ ପରିଣତ। 


ରଚନା ଏହାର ଅମ୍ବେଡକରଙ୍କ

  ଥିଲେସେ ମହା ବିଦ୍ବାନ,

ରାଜେନ୍ଦ୍ର ପ୍ରସାଦ ଥିଲେ ରାଷ୍ଟ୍ରପତି

  ପତକା କଲେ ତୋଳନ।


ଜାତୀୟ ପତକା ଉତ୍ତୋଳନ କଲେ

  ଲାଲକିଲ୍ଲାର ଦୁର୍ଗରୁ

୨୬ ଜାନୁଆରୀ ୧୯୫୦ ରୁ ହିଁ

  କାର୍ଯ୍ୟକାରୀ ହିଁ ଦୁର୍ଗରୁ।


ରାଷ୍ଟ୍ରର ଶାସନ କାନୁନେ ଜଡ଼ିତ

  ରାଷ୍ଟ୍ରର ହିଁ ସମ୍ବିଧାନୁ,

ରାଷ୍ଟ୍ରୀୟ ପାର୍ବଣ ସ୍ଥାପିତ ଦେଶରେ

  ହେଲା ଆମ ସମ୍ବିଧାନୁ।


ଚାଲି ଆସୁ ଅଛି ରାଷ୍ଟ୍ରୀୟ ପାର୍ବଣ

  ଭକ୍ତି ପ୍ରେମ ଶ୍ରଦ୍ଧା ଭାବ,

ଶକ୍ତିଶାଳୀ ଦେଶ ନିର୍ମାଣେ ଆତୁର

  ରାଷ୍ଟ୍ର ଭକ୍ତି ସେବା ଭାବ।


ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ

  ପତକାର ଉତ୍ତୋଳନ,

କରିବେ ତୋଳନ ଲାଲକିଲ୍ଲା ଠାରୁ

  ଉତ୍ସାହିତ ଜନମନ।


ତିନୋଟି ସୈନିକ ଆଧୁନିକ ଏବେ

  ନୋସେନା ଆଉ ସ୍ଥଳସେନା,

ବାୟୁସେନା ଶକ୍ତି ଦେଖିବଟି ବିଶ୍ବ

  ଆନନ୍ଦ ଖୁସିରେ ବଣା।


ରାଜମାର୍ଗ ଆଜି ସଜ୍ଜିତ ହୋଇଛି

   ରାଷ୍ଟ୍ର ପାର୍ବଣର ପାଇଁ,

ରାଷ୍ଟ୍ର ଭକ୍ତି ଗୁଞ୍ଜେ ଭାରତବର୍ଷରେ

   ଶକ୍ତିଶାଳୀ ରାଷ୍ଟ୍ର ପାଇଁ।


ଜାତୀୟ ଯୁଦ୍ଧ ସ୍ମୃତି ସ୍ଥଳେ କଲେଟି

  ଅମର ଅଗ୍ନି ସ୍ଥାପନ,

ବୀର ଶହୀଦଙ୍କ ପାଇଁ କଲେ ଏହା

  ଦେଶର ବୀର ପ୍ରଧାନ।


ଦେବେ ଶ୍ରଦ୍ଧାଞ୍ଜଳି ଦେବେ ପୁଷ୍ପାଞ୍ଜଳି

  ବୀର ଶହୀଦ ସମ୍ମାନେ

ସୁବାଷ ବାବୁଙ୍କୁ ଗୌରବ ସମ୍ମାନ

  ଦେଲେ ସ୍ମୃତି ଚିରନ୍ତନେ।


୭୩ ତମ ଗଣତନ୍ତ୍ର ଦିବସର

  ରାଷ୍ଟ୍ରୀୟ ପାର୍ବଣ ଆଜି,

ରାଜ୍ୟ ରାଜ୍ୟ ଆଜି ପତକା ତୋଳନ

 ସ୍କୁଲ ଓ କଲେଜେ ଆଜି।


ରାଷ୍ଟ୍ର ଗୀତ ଗୁଞ୍ଜେ ଭକ୍ତି ଶ୍ରଦ୍ଧା ପ୍ରେମେ

 ଆତ୍ମନିର୍ଭରର ପାଇଁ,

ଆତ୍ମବିଶ୍ୱାସରେ ଜନ ସମୁଦାୟ

 ନୂଆ ଭାରତର ପାଇଁ।


ଶୁଭୁ ଅଛି ଆଜି ସୈନିକ ଗର୍ଜନ

 ରାଷ୍ଟ୍ର ପ୍ରେମରେ ବିଭୋର

ଶତ୍ରୁ ଦେଶ ଡ଼ରେ ପରାକ୍ରମେ ଦେଖି

 ନୂଆ ରାଷ୍ଟ୍ରରେ ଆମର।


ସମ୍ବିଧାନୁ ଚାଲେ ଦେଶର ଶାସନ

 ଦେଶ ଆଜି ଶକ୍ତିଶାଳୀ,

ତିନୋଟି ସୈନିକେ ଅତ୍ୟାଧୁନିକରେ

 ବିଜ୍ଞାନ ଭି ଶକ୍ତିଶାଳୀ।


ବିଶ୍ବରେ ମିଳୁଛି ରାଷ୍ଟ୍ରର ଗୌରବ

 ଅର୍ଥନୀତି ଶକ୍ତିଶାଳୀ,

ସମଭାବ ମନ୍ତ୍ର ରାଷ୍ଟ୍ରେ ଆବିର୍ଭାବ

  ଜନତା ଭି ଶକ୍ତିଶାଳୀ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ବିଚ୍ଛନ୍ନାଚଳରୁ ଆମ,

ଆତ୍ମନିର୍ଭରଟି ହେଉ ଆମ ରାଷ୍ଟ୍ର

  ରାଷ୍ଟ୍ର ଭକ୍ତି ଗୁଞ୍ଜୁ ଆମ।


ବୀର ଶହୀଦଙ୍କୁ କୋଟି ପ୍ରଣିପାତ

 ରାଷ୍ଟ୍ରୀୟ ପାର୍ବଣେ ଆଜି,

ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣେ ଆମର

  ଭକ୍ତି ପୁଷ୍ପାଞ୍ଜଳି ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract