ଆଜି ଆମ ଗାଁ ଯାତେରା
ଆଜି ଆମ ଗାଁ ଯାତେରା
ଆଜି ଆମ ଗାଁ
ଯାତେରା
କିନ୍ତୁ ମୋର ମନେ ନାହିଁ
ଭୁଲିଯାଇଥିଲି କିଛି ସମୟ ପାଇଁ l
ଗାଁରେ ଜମିଥାନ୍ତା
ବନ୍ଧୁବାନ୍ଧବଙ୍କ ଗହଳି
କେତେ ପିଠାପଣା
ମଣ୍ଡା, ଆରିସା ଆଉ ଚକୁଳି l l
ଜନସମାଗମ ରେ
ମନଲୋଭା ଦିଶୁଥାନ୍ତା
ଶଙ୍ଖ,ଘଣ୍ଟ ଧ୍ୱନୀରେ
ପରିବେଶ କମ୍ପିଥାନ୍ତା l
କିନ୍ତୁ ବିଧାତାର ବିଧିକୁ
କିଏ ବା ବଦଳାଇ ପାରିବ
ଆଜିର ଦିନ କାଲିର ଇତିହାସ
କିଏ ବା ତାକୁ ଭୁଲିପରିବ l l
ତଥାପି ଲୋକଙ୍କ ମନରୁ
ଉଣା ହେଇନି ଭକ୍ତି ଆଉ ଶ୍ରଦ୍ଧା
ଚାଲିଛି ଚାଲିବ ପୂଜାର୍ଚ୍ଚନା
ନିୟତିର ଇଚ୍ଛା କୁ କିଏ ଦେବ ବାଧା l
ଅବଶ୍ୟ ଜନସମାଗମ
କିଛି ମାତ୍ରାରେ କମିଛି
କିନ୍ତୁ ତା ତୁଳନାରେ
ପରିବେଶରେ ଶାନ୍ତି ବିରାଜିଛି l l
କିଛି ସମୟ ପାଇଁ
ଭୁଲି ଯାଇଥିଲି
ଆଜି ଆମ ଗାଁ
ଯାତେରା ବୋଲି l
କିନ୍ତୁ ମନେରଖିଥିବ ଇତିହାସ
ଲାଗିବ ପୁଣି ସେ ଗହଳି
ଚାଲିଥିବା ସେ ପରମ୍ପରା
ଆଜି ନହେଲେ ଆସନ୍ତା କାଲି l l
