STORYMIRROR

Tapan Kumar Biswal

Inspirational Others

3  

Tapan Kumar Biswal

Inspirational Others

ଆଜି ଆମ ଗାଁ ଯାତେରା

ଆଜି ଆମ ଗାଁ ଯାତେରା

1 min
115


ଆଜି ଆମ ଗାଁ

ଯାତେରା

କିନ୍ତୁ ମୋର ମନେ ନାହିଁ

ଭୁଲିଯାଇଥିଲି କିଛି ସମୟ ପାଇଁ l


ଗାଁରେ ଜମିଥାନ୍ତା

ବନ୍ଧୁବାନ୍ଧବଙ୍କ ଗହଳି

କେତେ ପିଠାପଣା

ମଣ୍ଡା, ଆରିସା ଆଉ ଚକୁଳି l l


ଜନସମାଗମ ରେ

ମନଲୋଭା ଦିଶୁଥାନ୍ତା

ଶଙ୍ଖ,ଘଣ୍ଟ ଧ୍ୱନୀରେ

ପରିବେଶ କମ୍ପିଥାନ୍ତା l


କିନ୍ତୁ ବିଧାତାର ବିଧିକୁ

କିଏ ବା ବଦଳାଇ ପାରିବ

ଆଜିର ଦିନ କାଲିର ଇତିହାସ 

କିଏ ବା ତାକୁ ଭୁଲିପରିବ l l


ତଥାପି ଲୋକଙ୍କ ମନରୁ

ଉଣା ହେଇନି ଭକ୍ତି ଆଉ ଶ୍ରଦ୍ଧା

ଚାଲିଛି ଚାଲିବ ପୂଜାର୍ଚ୍ଚନା

ନିୟତିର ଇଚ୍ଛା କୁ କିଏ ଦେବ ବାଧା l


ଅବଶ୍ୟ ଜନସମାଗମ

କିଛି ମାତ୍ରାରେ କମିଛି 

କିନ୍ତୁ ତା ତୁଳନାରେ

ପରିବେଶରେ ଶାନ୍ତି ବିରାଜିଛି l l


କିଛି ସମୟ ପାଇଁ

ଭୁଲି ଯାଇଥିଲି

ଆଜି ଆମ ଗାଁ

ଯାତେରା ବୋଲି l


କିନ୍ତୁ ମନେରଖିଥିବ ଇତିହାସ

ଲାଗିବ ପୁଣି ସେ ଗହଳି

ଚାଲିଥିବା ସେ ପରମ୍ପରା

ଆଜି ନହେଲେ ଆସନ୍ତା କାଲି l l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational