STORYMIRROR

Amita Dash

Romance Tragedy Inspirational

3  

Amita Dash

Romance Tragedy Inspirational

ଆଜି ଆମ ବାହାଘର

ଆଜି ଆମ ବାହାଘର

1 min
212


ତୁ ମୋ କନିଆଁ ମୁଁ ତୋ ବର।

ଯୋଡି ମହୁରୀ ସାଙ୍ଗକୁ ତେଲିଙ୍ଗି ବାଜା ସଜ କର।

ନାଲି ଶଙ୍ଖାକୁ ନାଲି ତୋ ମଥା ସିନ୍ଦୂର।

ନାଲି ଖଣ୍ଡୁଆ ପାଟକୁ ନାଲି ପାଦର ଅଳତା ତୋର।

ମୋ ଘରକୁ ଆସିବା ଦିନ ଘର ଲକ୍ଷ୍ମୀ ପାଦ ଚିହ୍ନ ରହିବ ଦାଣ୍ଡ ଦୁଆର।

ନାଲି ରଙ୍ଗ ହାତର ସନ୍ତକ ରହିବ ଘର ଭିତର କାନ୍ଥର।

ରୁଣୁ ଝୁଣୁ ରୂପା ପାଉଁଜି ପାଦର।

ଝୁଣୁ ଝୁଣୁ ନାଲି ଶଙ୍ଖା ,ନାଲି ଚୁଡ଼ି ତୋ ହାତର।

ମୋ ହୃଦ ସ୍ପନ୍ଦନ ବଢେ ବାରମ୍ବାର।

କାଲି ହୋଲିରେ ସର୍ବାଙ୍ଗରେ ତୋର ବୋଳି ଦେବି ନାଲି ରଙ୍ଗ ଅବିର।

ନାଲି ଦିଶେ ସକାଳ ଉଷା, ନାଲି ଦିଶେ ଗୋଧୂଳି ସଞ୍ଜ।

କଣେଇ ଚାହିଁ ଦେଲେ ତୋତେ ଟିକେ

 ହୋଇଯାଉଛି ଗୋଟାପଣେ ନାଲି ଲାଜରେ ତୋ ମୁହଁ।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance