STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଆଜ ଏକି ଗୁମାନରେ

ଆଜ ଏକି ଗୁମାନରେ

1 min
13.2K


କବିସୂର୍ଯ୍ୟ ବଳଦେବ ରଥ

ରାଗ – ମରୁଆ, ଆଠତାଳି


ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)

ଦେଖି ନାହିଁ ସ୍ବପନରେ ।ପଦ।

ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-

କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ,

ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ,

ଦାରୁଣ ସ୍ମର ରାଣ, ଶାଣ ଦିଆ ତୀକ୍ଷଣ,-

ବାଣ ଗଣରେ, ନିଶ୍ଚେ ନେବଟି ଏ ପରାଣ।୧।

ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା;

କାହୁଁ ଶିଖିଲୁ ଏହାରେ ।

ଅଶ୍ରୁ ପ୍ରସରିବାର ମହୀକି ଚିରିବାର,

ଆଜନ୍ମ ପରିଚାର ସଂସାର ସାରିବାର ।୨।

ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା!

ମାର ମାର୍ଗଣ ଧାଟିରେ,

ବନ୍ଧୁଆ, ସରିଲିଟି ତୋ କୀର୍ତ୍ତି ପରିପାଟୀ,

ରୋପିବାର ଲତାଟି ମୂଳୁ ନ ପକା କାଟି ।୩।

ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା!

ମଣ୍ଡନା କରି ଗଣ୍ଡରେ,

ବାହୁ ପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ

ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ-କୁନ୍ତେ ।୪।

ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା!

ଭରସା କେ ମୋ ରସାରେ,

ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ

ସହେ ବି କରବାଳ କେଳି-କମଳ ଦଳ ? ।୫।

ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା,

ମନ୍ଦ ମଧୁର ହସାରେ,

ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ,

ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି ।୬।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics