ଆଇନା
ଆଇନା
ଦର୍ପଣରେ ସିନା ମୁହଁ ଦେଖେ
ହେଲେ ପ୍ରତିବିମ୍ବ
ମୁଁ ଏକ ହତାଶ ମଣିଷ
ବୁଝିନଥିଲି ପ୍ରତିବିମ୍ବର ପ୍ରତିଫଳନ
ପ୍ରତିଟି ପ୍ରତିବିମ୍ବ
ବୁଝିନଥିଲି ଆଗରୁ ସତରେ ମୁଁ ଯେ ଜଣେ
ହତାଶ ମଣିଷ ସଞ୍ଜ ହେଲେ ମନେ ପଡେ
ପ୍ରତିବିମ୍ବ ପ୍ରତିଫଳନ ଆଇନାର କଥା
ଯେଉଁ ଦିନ ମୁଁ ଭାବେ ଆଇନା କଥା
ଆଇନାରେ ଯେବେ ଭଙ୍ଗା ମନ ପଢେ
ସତରେ ଆଇନା ମତେ ଉପହାସ କରେ
କେତେ କଣ କହେ ହେଲେ
ଏ ଅବୁଝା ମନଟା
ପାଗଳ ମନଟା ଜମା ବୁଝେନି
ସତରେ କେତେ ଅବୁଝା ଏ ମନଟା
ଭଙ୍ଗା ମନରେ ଆଇନାର ପ୍ରତିଫଳନ
ଖାଲି କରୁଣ ଲାଗେ ବୀଭତ୍ସ ବିକଟାଳ
ଦୃଶ୍ୟ ସବୁ କାହାଣୀ ଏବେ ପଥର ଛାତିର
ଏଠି ମୁହଁ ଦେଖିଲେ ପ୍ରତିଫଳନ ହୁଏ
ନିତି ଅହ ରହ
