STORYMIRROR

Paramita Sarangi

Inspirational Others

3  

Paramita Sarangi

Inspirational Others

ଆହୁତି

ଆହୁତି

1 min
28K


ନିଶୁନ୍ ଖରାବେଳେ

ପାଦ ଶବ୍ଦ ପବନର

ପଛକୁ ଚାହିଁଲେ

ଛାୟାଟେ ସ୍ମୃତିର..।

କଦଳୀ ଗଛର

ଫଟା ପତ୍ର ଭିତରେ

ଆଧା ଦିଶୁଛି

ଆଧା ଲୁଚୁଛି

ଗମ୍ବୁଜ ଗାଁ ମନ୍ଦିରର

ଚେଷ୍ଟା ମୂର୍ତ୍ତିଟିଏ ଗଢିବାର

ହେଲେ

ଅମାନିଆ ଚହଲା ପାଣି

ଲିଭାଇବାକୁ ଲାଗିଲାଣି

ପାଦ ଚିହ୍ନକୁ ମୋର…।

ସବୁକିଛି ଝାପସା

ପରଳକୁ ଭିଡ଼ି କରି

ବାହାର କରିବାକୁ ଚାହିଁଲେବି,

ଅଭିନ୍ନ ଅଂଶ ମୋ ଅଙ୍ଗର….।

ସ୍ଵପ୍ନ

କଣ୍ଢେଇର ବର ବଧୂ

ଖିନ୍ ଭିନ୍ କରି ଦିଅନ୍ତି

ପୃଷ୍ଠା ଓଲଟେଇ

ସେ ଦିନର

ପ୍ରବେଶ କରେ

ତୁମ ଭିତରେ

ଅପସୃତ ଗୋଟେ ମୁହୂର୍ତ୍ତ ପାଇଁ…।

ମୁଁ ଖୋଜି ପାଉନି

ମୋ ନିଜକୁ

ତୁମକୁ, କିନ୍ତୁ

ଅତିକ୍ରମ କରି ଚାଲିଛି

ପ୍ରତିଧ୍ଵନିର ପଦାଙ୍କ

ଜୀଇଁ ଚାଲିଛି ମୁଁ

ଗୋଟେ ଇଜ୍ୟା

ଧାଡ଼ି ଧାଡ଼ି

ଶବ୍ଦ ମାନଙ୍କ ଭିତରେ

ପୁରୁଣା ଗୋଟେ

ପୂର୍ଣ୍ଣ ଛେଦ ପରି ।

ବି:ଦ୍ର: ଇଜ୍ୟା_ ଯଜ୍ଞ

ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational