STORYMIRROR

Ansuman Swain

Classics

3  

Ansuman Swain

Classics

ଆହେ ନିରାକାର ତୁମେ ରକ୍ଷାକର

ଆହେ ନିରାକାର ତୁମେ ରକ୍ଷାକର

1 min
269


ଆହେ ନଟବର ଆହେ ବିଶ୍ବମ୍ବର

        ଆହେ ନିରାକାର ଆହେ ସର୍ବେଶ୍ୱର 

ଆଣିଦିଅ ତମେ ନୂଆ ସକାଳ

        ବୁଣିଦିଅ ତମେ ନୂଆ ମୂରୁଜ

ଦୁଃଖଦୁର୍ଦ୍ଧଶା ରୁ କରିଦିଅ ପାର

ଆହେ ନଟବର ଆହେ ବିଶ୍ବମ୍ବର

               ଆହେ ନିରାକାର ଆହେ ସର୍ବେଶ୍ୱର ।।

ତୁମେ ଥାଉ,ଥାଉ ଏମିତି ନହେଉ

        ପତିତପାବନ ସଦା ଉଡୁଥାଉ

ତୁମ ବଡ଼ ଦାଣ୍ଡେ ସୁବୁ ହରି ନାମ

      ତୁଳସୀ ,ତୁଳସୀ ବାସୁ ତୁମ ଧାମ

ଜୀବନ ଯାତ୍ରାକୁ କରନି ଅସ୍ଥିର

ଆହେ ନଟବର ଆହେ ବିଶ୍ବମ୍ବର

               ଆହେ ନିରାକାର ଆହେ ସର୍ବେଶ୍ୱର ।।

ଚାରିଧାମେ ପ୍ରଭୁ ତମେତ ରହିଛ

     ଏ ଯନ୍ତ୍ରଣା ତୁମେ କେମିତି ସହୁଛ

ଶିଶୁ ଠାରୁ ବୃଦ୍ଧା ହେଲେଣି ଅସହ୍ୟ

        ପଞ୍ଚଭୂତେ ଲିନ ହେଉଛି ଏ ଦେହ

କେତେ ଦିନ ଆଉ ରହିବ ନିରବ

       କେବେ ତମେ ଶୁଣିବ ଆମରି ଡାକ

ରକ୍ଷାକର ତମେ ସଂସାର ସାଗର

ଆହେ ନଟବର ଆହେ ବିଶ୍ବମ୍ବର

               ଆହେ ନିରାକାର ଆହେ ସର୍ବେଶ୍ୱର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics