STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଆହେ କଳା କହ୍ନେଇ

ଆହେ କଳା କହ୍ନେଇ

1 min
212


ମୁଁ ରହିଛି ସଂସାର ଜଞ୍ଜାଳେ

ପଡିଅଛି ମୋହମାୟା ଅନଳେ ।

ମାୟା କରିକି ଦେଇଛୁ ମାୟା ଲଗେଇ

ମାୟାଧର ଗୋସାଇଁ । 

ମୋ ଜୀବନ ମରଣ ଦେଲି ତୋଠେଇଁ

ହେ ପ୍ରଭୁ ଭାବଗ୍ରାହୀ ।

ମୋର ଜନମ କରମ ତୋହରି ପାଇଁ

ଆହେ କଳା କହ୍ନେଇ ।।

ହେବାପାଇଁ ଇଚ୍ଛା ଦୂବ ଘାସଟିଏ

ପାଦ ତଳେ ତବ ନିତି ଗଡି ଯାଏ ।

ଫୁଲଟିଏ ମୋତେ କରହେ ଠାକୁର

ସେଇ ଫୁଲ ହୋଇ ଚୁମ୍ବିବି ପୟର, I

ଚନ୍ଦନ ଦି ଟୋପା ମୁଁହୋଇ

ମଥାରେ ତୋର ଲାଗି ବଇଁ

କୃପା ହେଉ କି ନହେଉ ଏ ଅଧମ ପାଇଁ

ଆହେ କଳା କହ୍ନେଇ ।।

ଦୁଃଖ ବି ଦେଇଛୁ ସୁଖବି ଦେଇଛୁ

ମାୟାଜଞ୍ଜାଳରେ ଘାଣ୍ଟିକି ମାରୁଛୁ।

ଦୁଇ ଦିନ ଏହି ମିଛର ସଂସାର

ମୋହ ମାୟ ଅଟେ ଏହି ଖେଳଘର ।

ତୁ ଖେଳ ଖେଲାଉ ଏ ଜଗତ

ତୋ ମାୟାରେ ସର୍ବେ ସ୍ତମ୍ଭିଭୂତ ।

ମାୟା କରୁଛୁ ତୁ କେତେ ଜଗତସାଇଁ ।

ଆହେ, କଳା କହ୍ନେଇ, I

ମୋର ଜୀବନ ମରଣ ଦେଲି ତୋଠେଇଁ

ହେ ପ୍ରଭୁ ଭାବଗ୍ରାହୀ ।

ମୋର ଜନମ କରମ ତୋହରି ପାଇଁ

ଆହେ କଳା କହ୍ନେଇ ।।

ଅନ୍ତର୍ଯ୍ୟାମୀ ସାହୁ



Rate this content
Log in

Similar oriya poem from Inspirational